
ଧର୍ମଶାଳା,୧୪ଜାନୁଆରୀ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗଙ୍ଗାଧରପୁର ପଂଚାୟତ ନୂଆଗାଁ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାପତି ମଳୟ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ଭବ ପତ୍ରିକାର ସମ୍ପାଦକ ଅଖିଳ କୁମାର ସ୍ୱାଇଁ, ଆଜିର ଆହ୍ୱାନର ସଂପାଦକ ମାନସ ରଞ୍ଜନ ଜେନା ଅତିଥି ଭାବେ ଯୋଗଦେଇ କ୍ରୀଡା ଛାତ୍ରଛାତ୍ରୀଙ୍କୁ ମାନସିକ ଓ ଶାରୀରିକ ସନ୍ତୁଳନ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ସ୍କୁଲର ନିର୍ଦ୍ଦେଶକ ବିନୋଦ କୁମାର ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ୧୩ଟି ବିଭାଗରେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କ୍ରୀଡା ପ୍ରତିଯୋଗିତାରେ ଦେବପ୍ରସାଦ ଚାନ୍ଦ ଚମ୍ପିୟାନ ହୋଇଥିଲେ । ସେହିପରି ଅଭିଭାବକ ମାଆ ମାନଙ୍କ ମଧ୍ୟରେ ଦୁଇଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଶ୍ୱରୂପା ସ୍ୱାଇଁ, ମୁସ୍କାନ ଫିର୍ଦୋସ,ରଶ୍ମିରେଖା ବେଜ, ପ୍ରତୀକ୍ଷା ମଲ୍ଲିକ ଓ ସତ୍ୟଭାମା ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଗୁରୁମା ସନ୍ଧ୍ୟାରଣି ମିଶ୍ର ଧନ୍ୟବାଦ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ