
ଭୁବନେଶ୍ୱର, 14 ଜାନୁଆରି (ହି.ସ.)- ନିର୍ବାଚିତ
ପ୍ରତିନିଧିଙ୍କୁ ସମ୍ମାନ ଦେବାକୁ କଲେଜକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ପ୍ରସଙ୍ଗରେ
ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବାବୁଗିରି
ପରମ୍ପରାକୁ ଭାଙ୍ଗିବା ପାଇଁ ଆମେ ପ୍ରୟାସରତ । ବୁକ୍ ସର୍କୁଲାର 47 ଏକଥାକୁ ଦର୍ଶାଉଛି । ନିର୍ବାଚନ ମଣ୍ଡଳୀରେ ଜନ
ପ୍ରତିନିଧିମାନଙ୍କୁ ଉଚିତ୍ ସମ୍ମାନ ଦିଆଯିବ। ଲୋକଙ୍କ ସରକାରରେ ଏହା କରାଯାଉଛି । ପୂର୍ବରୁ ବାବୁ ବଡ଼ ବୋଲି ସେମାନଙ୍କୁ
ପ୍ରତୀତ କରାଯାଉଥିଲା । କେବେ ବାବୁ ମାନେ କହନ୍ତି ନାହିଁ
ଯେ ଆମକୁ ବଡ଼ କୁହ ବୋଲି । ସେମାନେ
ଜାଣିଛନ୍ତି ଲୋକ ପ୍ରତିନିଧି ମାନଙ୍କୁ
ସମ୍ମାନ କରିବା ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା