ତାଇକୋଣ୍ଡା ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ କୃତିତ୍ୱ
ଧର୍ମଶାଳା,୧୪ଜାନୁଆରୀ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକାସ୍ଥିତ ଧର୍ମଶାଳା ତାଇକୋଣ୍ଡୋ ଏକାଡେମୀର ଖେଳାଳି ମାନେ ମଧ୍ୟପ୍ରଦେଶରେ ଆୟୋଜିତ ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଛନ୍ତି । ଚଳିତ ମାସ ୯ ତାରଖ ରୁ ୧୧ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ମଧ୍ୟପ
ତାଇକୋଣ୍ଡା ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ କୃତିତ୍ୱ


ଧର୍ମଶାଳା,୧୪ଜାନୁଆରୀ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକାସ୍ଥିତ ଧର୍ମଶାଳା ତାଇକୋଣ୍ଡୋ ଏକାଡେମୀର ଖେଳାଳି ମାନେ ମଧ୍ୟପ୍ରଦେଶରେ ଆୟୋଜିତ ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଛନ୍ତି । ଚଳିତ ମାସ ୯ ତାରଖ ରୁ ୧୧ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ମଧ୍ୟପ୍ରଦେଶ ଉଜ୍ଜେନ୍ ଠାରେ ଆୟୋଜିତ ତୃତୀୟ ଓପନ୍ ମହାକାଳ ତାଇକୋଣ୍ଡୋ ନେସନାଲ ଚମ୍ପିୟାନସିପରେ ଧର୍ମଶାଳା ତାଇକୋଣ୍ଡୋ ଏକାଡେମୀ ପକ୍ଷରୁ ୭ ଜଣ ବାଳକ ବାଳିକା ଅଂଶଗ୍ରହଣ କରି ୧୦ ଟି ସ୍ୱର୍ଣ୍ଣ, ୩ ଟି ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ହାସଲ କରିଛନ୍ତି । ଏଥିରେ କ୍ୟୁରୋଗୀ ବିଭାଗରୁ ସବଜୁନିୟର ବାଳକ ବିଭାଗର ନୀତେଶ ସାହୁ ସ୍ୱର୍ଣ୍ଣ,କ୍ୟାଡେଟ ବିଭାଗର ଓମ୍ କ୍ରିଷ୍ଣା ସ୍ୱର୍ଣ୍ଣ, ଜୁନିୟର ବିଭାଗର ଶୁଭ୍ରାଂଶୁ ସାହୁ ସ୍ୱର୍ଣ୍ଣ,ଓମ୍ ପ୍ରକାଶ ସାମଲ କାଂସ୍ୟ ପଦକ ହାସଲ କରିଥିବାବେଳେ ଜୁନିୟର ବାଳିକା ବିଭାଗର ଶ୍ରେୟାଶ୍ରୀ ରାୟ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ପୁମସେ ଜୁନିୟର ବିଭାଗର ଶୁଭ୍ରାଂଶୁ ସାହୁ ସ୍ୱର୍ଣ୍ଣ, ଓମ୍ ପ୍ରକାଶ ସାମଲ ରୌପ୍ୟ , କ୍ୟାଡେଟ ବାଳିକା ବିଭାଗର ମୋନାଲି ସ୍ୱାଇଁ ସ୍ୱର୍ଣ୍ଣ, ସବଜୁନିୟର ବାଳକ ବିଭାଗର ନୀତେଶ ସାହୁ ସ୍ୱର୍ଣ୍ଣ ଓ ସିନିୟର୍ ବିଭାଗର ସୌମ୍ୟ ସ୍ୱରୂପ ରୌପ୍ୟ ପଦକ ହାସଲ କରିଛନ୍ତି । ସେହିପରି ନୂଆ ଟେକ୍ନେ୍ନାଲୋଜୀ ଭର୍ଚୁଆଲ ତାଇକୋଣ୍ଡୋ ଗେମରେ ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରି ଚମତ୍କାର ପ୍ରଦର୍ଶନ କରିଥିଲେ । ଏହି ଖେଳରେ ବାଳକ ବିଭାଗର ସୌମ୍ୟ ସ୍ୱରୂପ ସ୍ୱର୍ଣ୍ଣ,ଓମ୍ ପ୍ରକାଶ ସାମଲ ସ୍ୱର୍ଣ୍ଣ,ଶୁଭ୍ରାଂଶୁ ସାହୁ ରୌପ୍ୟ,ନୀତେଶ ସାହୁ ରୌପ୍ୟ ପଦକ ହାସଲ କରିଛନ୍ତି ଓ ବାଳିକା ବିଭାଗରୁ ଶ୍ରେୟାଶ୍ରୀ ରାୟ ସ୍ୱର୍ଣ୍ଣ, ମନାଲି ସ୍ୱାଇଁ ସ୍ୱର୍ଣ୍ଣ ପଦକ ହାସଲ କରି ରାଜ୍ୟ ଓ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ବିଜୟୀ ଖେଳାଳି ମାନଙ୍କୁ ଓଡିଶା ତାଇକୋଣ୍ଡୋ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ଓ ଧର୍ମଶାଳା ତାଇକୋଣ୍ଡୋ ଏକାଡେମୀ ସମ୍ପାଦକ ସନ୍ତୋଷ ସାହୁ ,ସହ ସମ୍ପାଦକ ସୁଶାନ୍ତ କୁମାର ବେହେରା ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଖେଳାଳି ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ପ୍ରତି ବର୍ଷ ଧର୍ମଶାଳା ଷ୍ଟାଡିୟମ୍ ପରିସରରେ ଥିବା ତାଇକୋଣ୍ଡୋ ଏକାଡେମୀରୁ ବହୁ ଖେଳାଳି ତାଇକୋଣ୍ଡୋ ଖେଳରେ ଜିଲ୍ଲା,ରାଜ୍ୟ ଓ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି । ଜିଲ୍ଲା ପ୍ରଶାସନ ଏହି ଖେଳାଳି ମାନଙ୍କୁ ଉନ୍ନତ ମାନର ପ୍ରଶିକ୍ଷଣର ବ୍ୟବସ୍ଥା କରାଇଲେ, ଏଠା୍‌ରୁ ବହୁ ପ୍ରତିଭାବାନ ଖେଳାଳି ସୃଷ୍ଟି ହୋଇ ଆମ ରାଜ୍ୟ ,ଜିଲ୍ଲା ଓ ଧର୍ମଶାଳା ର ଗୌରବ ବଢାଇ ପରାନ୍ତେ ବୋଲି ଧର୍ମଶାଳା ତାଇକୋଣ୍ଡୋ ଏକାଡେମୀର ମୁଖ୍ୟ ପ୍ରଶିକ୍ଷକ ସମର ସିଂହ ମତ ବ୍ୟକ୍ତ କରିଛନ୍ତି । ବୁଧବାର ଦିନ ଖେଳାଳି ମାନେ ଜାରକା ଠାରେ ପହଂଚିବା ପରେ ତାଙ୍କୁ ଏକ ସୁସଜ୍ଜିତ ଗାଡ଼ିରେ ବସାଇ ଜାରକା ବଜାର ଭ୍ରମଣ କରାଯାଇଥିଲା । ଧର୍ମଶାଳା ତାଇକୋଣ୍ଡୋ ଏକାଡେମୀର ଖେଳାଳି ମାନଙ୍କ କୃତିତ୍ୱକୁ ନେଇ ଅଭିଭାବକ ଓ ସ୍ଥାନୀୟ ଅଂଚଳର କ୍ରୀଡା ପ୍ରେମୀ ମାନଙ୍କୁ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande