
ଭୁବନେଶ୍ୱର, ୧୪ ଜାନୁଆରୀ (ହି.ସ.) -ପବିତ୍ର ମକର ସଂକ୍ରାନ୍ତି ଦିନ ଓଡିଆ ଜାତିର ଚିର ବନ୍ଦନୀୟ ଉତ୍କଳ ସମ୍ମିଳନୀର ପୁର୍ବତନ ସଭାପତି ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ପାଳନ ଅବସରରେ ଉତ୍କଳ ସମ୍ମିଳନୀ ପକ୍ଷରୁ ଆୟୋଜିତ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ବ୍ୟାସକବିଙ୍କ ଲେଖା ପେଟେଌକ୍ଷଗ୍ଧ; ମେଡିସିନ୍କୁ
ପ୍ରତେକ ମହିଳା ପାଠକଲେ ଓ ଏଥିରେ ଅନୁପ୍ରାଣିତ ହୋଇ କାର୍ଯ୍ୟରେ ଲଗାଇଲେ ମଦ ବନ୍ଦ ହେବା ସହିତ ସମାଜର କଲ୍ୟାଣ ହେବ ବୋଲି ବକ୍ତାମାନେ କହିଥିଲେ । ପେଟେଂଟ; ମେଡିସିନ୍ ସହିତ ଛ ମାଣ ଆଠଗୁଣ୍ଠ, ରେବତୀ ଓ ଡାକ ମୁନ୍ସି ଆଦି ଫକୀରମୋହନଙ୍କର ଅତି ଉଚ୍ଚ କୋଟିର ଲେଖା ବୋଲି ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ଉତ୍କଳ ସମ୍ମିଳନୀର ଉପ-ସଭାପତି ଡ. ସୁରେନ୍ଦ୍ର ମିଶ୍ର, ଶାଖା ଉପଦେଷ୍ଟା ନିମାଇଁ ଦାସ ଓ ଉପ-ସଭାପତି ଶିତଳ ଚନ୍ଦ୍ର ମହାନ୍ତି ପ୍ରମୁଖ କହିଥିଲେ । ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀର ସାଧାରଣ ସମ୍ପାଦକ ତଥା ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ସଭାପତିତ୍ୱ କରିଥିବା ବେଳେ ଯୁଗ୍ମ-ସମ୍ପାଦକ ସିଦ୍ଧାର୍ଥ ଶଙ୍କର ଗଡନାୟକ, ବାସନ୍ତୀ ତ୍ରିପାଠୀ, ମହେଶ୍ୱର ବିଶ୍ୱାଳ, ଶଶି ଭୂଷଣ ଦାସ, ନିରଞ୍ଜନ
ପାତ୍ର, ଜଗବନ୍ଧୁ ପାଣି, ରାମ ଚନ୍ଦ୍ର ସାମଲ, ଭ୍ରମରବର ସେଠୀ, ଉମାଚରଣ ବାରିକ ଓ ଭବାନୀ ପ୍ରସାଦ ପ୍ରଦାନ ପ୍ରମୁଖ ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା