
ଭୁବନେଶ୍ୱର, 14 ଜାନୁଆରି (ହି.ସ.)- ବାରମ୍ବାର
ନିର୍ଦ୍ଦେଶ ପରେ ଖାଲି ପଡ଼ିଥିବା ସରକାରୀ ପଦବୀର ତଥ୍ୟ ଦେଉନାହାନ୍ତି ସରକାରୀ ଅଧିକାରୀ । ଗୃହ
ବିଭାଗରେ କେତେ ପଦବୀ ଖାଲି ତଥ୍ୟ ଦେଉନାହାନ୍ତି ଅଧିକାରୀ । ବାରମ୍ବାର ନିର୍ଦ୍ଦେଶ ପରେ ବି ଦେଉ
ନାହାନ୍ତି ତଥ୍ୟ । ପୋଲିସ ଡିଜି, ଅଗ୍ନିଶମ
ଡ଼ିଜି, ଜେଲ ଡ଼ିଜିଙ୍କ ସହ ହାଇକୋର୍ଟ ରେଜିଷ୍ଟର ଓ ଜୁଡ଼ିସିଆଲ ଏକାଡେମୀକୁ
ଗୃହ ବିଭାଗ ଚିଠି କରିଛି । ତୁରନ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୫ ତାରିଖରେ ଥିବା
ସଚିବ ସ୍ତରୀୟ ବୈଠକ ପୂର୍ବରୁ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା