ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ ରାୟ, ୱାର୍କଚାର୍ଜଡ଼ କର୍ମଚାରୀଙ୍କୁ ପେନସନ ଦିଅ
ଭୁବନେଶ୍ୱର, ୧୪ ଜାନୁଆରୀ (ହି.ସ.) - ୱାର୍କଚାର୍ଜଡ଼ କର୍ମଚାରୀଙ୍କୁ ପେନସନ ଓ ଅବସରକାଳୀନ ପ୍ରାପ୍ୟ ପ୍ରଦାନ ସପକ୍ଷରେ ହାଇକୋର୍ଟ ଗୁରୁତ୍ୱପୂର୍ଣ ରାୟ ଦେଇଛନ୍ତି । ଏ ନେଇ ମାମଲାର ପ୍ରତିପକ୍ଷ ଅଶୋକ କୁମାର ପଟନାୟକ ଓ ଅନ୍ୟମାନଙ୍କ ପକ୍ଷରୁ ବରିଷ୍ଠ ଅଧିବକ୍ତା ମନୋଜ କୁମାର ମିଶ୍ର ମାମଲା ପରିଚାଳନା କରିଥ
ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ ରାୟ, ୱାର୍କଚାର୍ଜଡ଼ କର୍ମଚାରୀଙ୍କୁ ପେନସନ ଦିଅ


ଭୁବନେଶ୍ୱର, ୧୪ ଜାନୁଆରୀ (ହି.ସ.) - ୱାର୍କଚାର୍ଜଡ଼ କର୍ମଚାରୀଙ୍କୁ ପେନସନ ଓ ଅବସରକାଳୀନ ପ୍ରାପ୍ୟ ପ୍ରଦାନ ସପକ୍ଷରେ ହାଇକୋର୍ଟ ଗୁରୁତ୍ୱପୂର୍ଣ ରାୟ ଦେଇଛନ୍ତି । ଏ ନେଇ ମାମଲାର ପ୍ରତିପକ୍ଷ ଅଶୋକ କୁମାର ପଟନାୟକ ଓ ଅନ୍ୟମାନଙ୍କ ପକ୍ଷରୁ ବରିଷ୍ଠ ଅଧିବକ୍ତା ମନୋଜ କୁମାର ମିଶ୍ର ମାମଲା ପରିଚାଳନା କରିଥିବାରୁ ଓଡିଶା ପୂର୍ତ ଅବସରପ୍ରାପ୍ତ ୱାର୍କଚାର୍ଜଡ଼/ରେଗୁଲାର କର୍ମଚାରୀ ସଂଘ ଶ୍ରୀ ମିଶ୍ରଙ୍କୁ କୃତଜ୍ଞତା ଜଣାଇଛି । ପ୍ରକାଶ ଯୋଗ୍ୟ ଯେ, ଅବସରପ୍ରାପ୍ତ ୱାର୍କଚାର୍ଜଡ଼ କର୍ମଚାରୀ ଅଶୋକ ପଟନାୟକ ଚାକିରିରୁ ଅବସର ନେବା ପରେ ୨୦୨୪ ମସିହା ମଇ ମାସରେ ପେନସନ ପାଇବା ପାଇଁ ଓଡିଶା ହାଇକୋର୍ଟରେ ମୋକଦମା ରୁଜୁ କରିଥିଲେ। ଜଣିକିଆ ଖଣ୍ଡପୀଠ ମାମଲାକୁ ବିଚାର କରି ପେନସନ ପାଇବା ସପକ୍ଷରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ରାୟ ବିରୁଦ୍ଧରେ ରାଜ୍ୟ ସରକାର ରିଟ ଅପିଲ କରିଥିଲେ । ଓଡିଶା ହାଇକୋର୍ଟର ବିଚାରପତି ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ଓ ବିଚାରପତି ଚିତ୍ତ ରଂଜନ ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ରିଟ ଅପିଲକୁ ଶୁଣାଣି କରି ଖାରଜ କରି ଦେଇଛନ୍ତି । ସାମ୍ବିଧାନିକ ମୌଳିକ ଅଧିକାରକୁ ଅଗ୍ରାଧିକାର ଦେଇ ୩୦ ରୁ ୪୦ ବର୍ଷ ସେବା ଦାନ କରିଥିବା କର୍ମଚାରୀଙ୍କୁ ସରକାର ୧୯୯୨ ପେନସନ ନିୟମ ଅନୁସାରେ ପେନସନ ପ୍ରଦାନ କରନ୍ତୁ ଓ ଅଯଥା ମାମଲା ରୁଜୁ କରାନଯାଉ ବୋଲି ଖଣ୍ଡପୀଠ ପ୍ରକାଶ୍ୟ ରାୟରେ ଉଲ୍ଲେଖ କରିଛି । ଆଉ ମଧ୍ୟ ବହୁ କର୍ମଚାରୀ ଅବସରସର ଗ୍ରହଣ କରିଥିଲେ ମଧ୍ୟ ସରକାର କଣ ପାଇଁ ପେନସନ ଦେଉ ନାହାନ୍ତି ଓ ତାହା ବୁଝାପଡୁନି ବୋଲି ରାୟରେ ଉଲ୍ଲେଖ ରହିଛି । ସରକାର ଏହି ମାମଲାକୁ ଗ୍ରହଣ କରି ଓ ଅଧିକ ମାମଲା ନବଢ଼ାଇ ୱାର୍କଚାର୍ଜଡ଼ କର୍ମଚାରୀଙ୍କୁ ପେନସନ ଦେବା ସପକ୍ଷରେ ନିଷ୍ପତି ନିଅନ୍ତୁ ବୋଲି ସଂଘ ସଭାପତି ଅରୁଣ ପରିଡା ଓ ସାଧାରଣ ସମ୍ପାଦକ ଗଗନ ଭଞ୍ଜ ଦାବି କରିଛନ୍ତି । ଅନ୍ୟପକ୍ଷରେ ମୁଖ୍ୟ ଶାସନ ସଚିବଙ୍କ ସହ ହୋଇଥିବା ଆଲୋଚନାକୁ ପୂର୍ତ୍ତ ସଚିବ ଗୁରୁତ୍ୱ ଦେଇ ୧୯୭୨ ପି. ଜି ଆକ୍ଟ ଅନୁସାରେ ଗ୍ରାଚ୍ୟୁଇଟି ପ୍ରଦାନ କରାଯାଉ । ହାଇକୋର୍ଟଙ୍କ ରାୟକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇ ଚଳିତମାସ ୧୬ ତାରିଖରେ ହେବାକୁ ଥିବା ଆଲୋଚନାରେ ଏହାକୁ ମୁଖ୍ୟ ପ୍ରସଙ୍ଗ ଭାବେ ବିବେଚନା କରି ମୁଖ୍ୟମନ୍ତ୍ରୀ ପେନସନ ପ୍ରଦାନ ସପକ୍ଷରେ ନିଷ୍ପତି ନିଅନ୍ତୁ ବୋଲି ପୂର୍ତ୍ତ ସଂଗଠନ ଅନୁରୋଧ କରିଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande