
ଭୁବନେଶ୍ୱର, ୧୫ ଜାନୁୟାରୀ (ହି.ସ)- କବାଡି ଗ୍ରାଉଣ୍ଡ ସ୍ପୋର୍ଟ୍ସ କମ୍ପେ୍ଲକ୍ସ, ସେକ୍ଟର-୪୨, ଚଣ୍ଡିଗଡ ଠାରେ ହେବାକୁ ଥିବା ସର୍ବ ଭାରତୀୟ ବେସାମରିକ କବାଡି ପ୍ରତିଯୋଗିତା ଆସନ୍ତା ୯ ଫେବୃୟାରୀ ଠାରୁ ୧୪ ଫେବୃୟାରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସେହିପରି ସିଜିଏସଏସଏସ, ଝିଲିମିଲ, ଏସବିଭି, ଅଶୋକ ନଗର, ଜିବିଏସଏସଏସ ଘୁମାନ ହେରା, ଆଇଏନଏ, ନୂଆଦିଲ୍ଲୀ ଠାରେ ହେବାକୁ ଥିବା ସର୍ବ ଭାରତୀୟ ବେସାମରିକ ହକି ପ୍ରତିଯୋଗିତା ଆସନ୍ତା ୧୭ ଫେବୃୟାରୀ ଠାରୁ ୨୮ ଫେବୃୟାରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ଖେଳାଳି ଚୟନ ପ୍ରକ୍ରିୟା (ପୁରୁଷ ଓ ମହିଳା) ଆସନ୍ତା ଜାନୁଆରୀ ୧୮(ରବିବାର), ସକାଳ ୧୦ ଟାରେ ପୋଖରୀପୁଟ ହକି ଷ୍ଟାଡିୟମ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବ ।
ଏହି ପ୍ରତିଯୋଗିତାରେ କେବଳ ନିୟମିତ ସରକାରୀ ଚାକିରୀରେ ଥିବା କର୍ମଚାରୀମାନେ ଭାଗ ନେଇପାରିବେ । ଏହି ଖେଳରେ ଯେଉଁମାନେ ଭାଗ ନେବାକୁ ଚାହାଁନ୍ତି, ସେମାନେ ନିଜର ସେବା ପୁସ୍ତିକାର ପ୍ରଥମ ପୃଷ୍ଠା , ବିଭାଗ ବା ଅଫିସ ପରିଚୟ ପତ୍ର ସହ ଏକ ପାସପୋର୍ଟ ଫଟୋ ଏବଂ ନିଜର ବିଭାଗ ବା ଅଫିସରୁ “ନୋ ଅବଜେକସନ ସାର୍ଟିଫିକେଟ” ସାଙ୍ଗରେ ଆଣି ଉକ୍ତସ୍ଥାନରେ ନିର୍ଦ୍ଧାରିତ ସମୟରେ ପଞ୍ଜିକରଣ କରି ଚୟନ ପ୍ରକ୍ରିୟାରେ ଭାଗ ନେଇ ପାରିବେ । ଅଧିକ ବିବରଣୀ ପାଇଁ ଶ୍ରୀ ହର ପ୍ରସାଦ ବିଶ୍ୱାଳ (୯୪୩୭୨ ୨୮୬୮୭), ଶ୍ରୀ ଆନନ୍ଦ କୁମାର ସୋରେଙ୍ଗ (୭୬୦୮୯୫୭୧୪୭), ଶ୍ରୀ ଦେବୀ ପ୍ରସାଦ ଦାସ(୯୪୩୮୫୦୬୧୬୮) ଏବଂ ଶ୍ରୀ ଦେବରାଜ ନାୟକ (୯୧୭୮୩୨୧୯୦୧) ଙ୍କୁ ଯୋଗାଯୋଗ କରିପାରିବେ ବୋଲି ଓଡ଼ିଶା ସଚିବାଳୟ କର୍ମଚାରୀ ଆଥଲେଟିକ୍ ଆସୋସିଏସନ୍ ସଂପାଦକ ଶ୍ରୀ ନୃସିଂହ ଚରଣ ପୃଷ୍ଟି ଜଣାଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା