ଜାତୀୟ ପୋଲିସ୍ ଖେଳ ପ୍ରତିଯୋଗିତା : ବାସ୍କେଟବଲ୍ ପାଇଁ ଓଡ଼ିଶାରୁ ୭ ରେଫରୀ ମନୋନୀତ
ଭୁବନେଶ୍ୱର, ୧୫ ଜାନୁୟାରୀ (ହି.ସ)- ଜାତୀୟ ପୋଲିସ୍ ଖେଳ ପ୍ରତିଯୋଗିତା ନିମନ୍ତେ ବାସ୍କେଟବଲ ଖେଳ ପାଇଁ ଓଡିଶାରୁ ୭ ଜଣ ରେଫରୀ ମନୋନୀତ ହୋଇଛନ୍ତି। ସେମାନେ ହେଲେ ଶିଶିର ରଞ୍ଜନ ପଟ୍ଟନାୟକ, ସଂଗ୍ରାମ ନାୟକ , ସୁଧିର୍ ରଞ୍ଜନ ପରିଡା, ଭି. ନାଗେଶ୍ୱର ରାଓ, ଜୁବେର୍ ଅଲୀଁ ଖାନ୍‌, ରଞ୍ଜିତ୍ ନାୟକ ଓ ମହମ୍
ଜାତୀୟ ପୋଲିସ୍ ଖେଳ ପ୍ରତିଯୋଗିତା : ବାସ୍କେଟବଲ୍ ପାଇଁ ଓଡ଼ିଶାରୁ ୭ ରେଫରୀ ମନୋନୀତ


ଭୁବନେଶ୍ୱର, ୧୫ ଜାନୁୟାରୀ (ହି.ସ)- ଜାତୀୟ ପୋଲିସ୍ ଖେଳ ପ୍ରତିଯୋଗିତା ନିମନ୍ତେ ବାସ୍କେଟବଲ ଖେଳ ପାଇଁ ଓଡିଶାରୁ ୭ ଜଣ ରେଫରୀ ମନୋନୀତ ହୋଇଛନ୍ତି। ସେମାନେ ହେଲେ ଶିଶିର ରଞ୍ଜନ ପଟ୍ଟନାୟକ, ସଂଗ୍ରାମ ନାୟକ , ସୁଧିର୍ ରଞ୍ଜନ ପରିଡା, ଭି. ନାଗେଶ୍ୱର ରାଓ, ଜୁବେର୍ ଅଲୀଁ ଖାନ୍‌, ରଞ୍ଜିତ୍ ନାୟକ ଓ ମହମ୍ମଦ ସାହାବାଯ୍ ଖାନ୍‌।

ପଶ୍ଚିମବଙ୍ଗର ସିଲୁଗୁଡି ସହରରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପୋଲିସ୍ ଖେଳ ପ୍ରତିଯୋଗିତା ନିମନ୍ତେ ଓଡିଶାରୁ ଏହି ୭ ଜଣ ରେଫରୀ ମନୋନୀତ ହୋଇଛନ୍ତି। ପ୍ରତିଯୋଗିତା ୧୯ ତାରିଖରୁ ଆରମ୍ଭ ହୋଇ ଫେବୁଆରୀ ୨୩ ତାରିଖ ରେ ଶେଷ ହେବ। ଶିଶିର ରଞ୍ଜନ ପଟ୍ଟନାୟକ, ସଂଗ୍ରାମ ନାୟକ, ସୁଧିର୍ ରଞ୍ଜନ ପରିଡ଼ା, ଭି. ନାଗେଶ୍ୱର ରାଓ, ଜବେର୍ ଅଲୀଁ ଖାନ୍ ଓଡିଶା ପୋଲିସରେ କାର୍ଯ୍ୟରତ କରୁଥିବା ବେଳେ ରଞ୍ଜିତ୍ ନାୟକ ଭୁବନେଶ୍ୱର ସ୍ଥିତ ଟିଏସ୍ ଜି ଗୁରୁକୁଳ ଶିକ୍ଷାନୁଷ୍ଠାନରେ କ୍ରୀଡା ପ୍ରଶିକ୍ଷକ ଭାବେ କାର୍ଯ୍ୟ କରନ୍ତି ଏବଂ ମହମ୍ମଦ ସାହାବାଯ ଖାନ୍ ଓଡ଼ିଶା ସରକାରଙ୍କ ଉର୍ଦ୍ଦୁ ବିଭାଗରେ କାର୍ଯ୍ୟ କରନ୍ତି। ସମସ୍ତ ୭ ଜଣ ରେଫରୀ ଙ୍କୁ ଓଡିଶା ବାସ୍କେଟବଲ ସଂଘର ସାଧାରଣ ସମ୍ପାଦକ ଅଶୋକ କୁମାର ସାହୁ, ସଭାପତି ଜ୍ଞାନରଞ୍ଜନ ପରିଡା ଓ ରେଫରୀ ସଂଘର ମୁଖ୍ୟ ଶରତ ମହାପାତ୍ର ଶୁଭେଚ୍ଛା ଜଣାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande