ଆମେ କୋରାପୁଟିଆ ଦେଶୀଆ ଗିତ ଭିଡିଓ ଲୋକାର୍ପଣ
ଜୟପୁର, 16 ଜାନୁଆରି (ହି.ସ.)- କୋରାପୁଟ ଜିଲ୍ଲାର ବେଷଭୂଷା ଚାଲିଚଳନ ଏବ˚ କଥା ଭାଷାକୁ ନେଇ ଲୋକାର୍ପଣ ହୋଇଛି ‘ ଆମେ କୋରାପୁଟିଆ’ ଦେଶୀଆ ଭିଡିଓ ଗୀତ। ଏହି ଗୀତରେ ସ୍ବର ସଞ୍ଜଜନା କରିଛନ୍ତି ବିଜୟ କୁମାର ସାମନ୍ତରାୟ ଏବ˚ ଗୀତିକାର ଭାବେ ଧିରେନ ମୋହନ ପଟ୍ଟନାୟକ ରହିଛନ୍ତି। ଏହି ଗୀତରେ ସେଣ୍ଟଜ
ଆମେ କୋରାପୁଟିଆ ଦେଶୀଆ ଗିତ ଭିଡିଓ ଲୋକାର୍ପଣ


ଜୟପୁର, 16 ଜାନୁଆରି (ହି.ସ.)- କୋରାପୁଟ ଜିଲ୍ଲାର ବେଷଭୂଷା ଚାଲିଚଳନ ଏବ˚ କଥା ଭାଷାକୁ ନେଇ ଲୋକାର୍ପଣ ହୋଇଛି ‘ ଆମେ କୋରାପୁଟିଆ’ ଦେଶୀଆ ଭିଡିଓ ଗୀତ। ଏହି ଗୀତରେ ସ୍ବର ସଞ୍ଜଜନା କରିଛନ୍ତି ବିଜୟ କୁମାର ସାମନ୍ତରାୟ ଏବ˚ ଗୀତିକାର ଭାବେ ଧିରେନ ମୋହନ ପଟ୍ଟନାୟକ ରହିଛନ୍ତି। ଏହି ଗୀତରେ ସେଣ୍ଟଜାଭିୟର ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀନିବାସ ପଟ୍ଟନାୟକ ଗୀତ ଗାଇଥିବା ବେଳେ ଭିଡିଓରେ ମୁଖ୍ୟ ରୋଲରେ ଅଭିନୟ କରିଛନ୍ତି। ଶ୍ରୀନିବାସ ପଟ୍ଟନାୟକ ଜଣେ କଣ୍ଠଶିଳ୍ପୀ ହେବା ସାଙ୍ଗକୁ ସେ ଇଣ୍ତିଆନ ଆଥେଲେଟିକ ସ˚ଘର ଉପସଭାପତି ରହିଛନ୍ତି। ଏଥି ପୂର୍ବରୁ ସେ ଅନେକ ସିନେମାଗୀତ ଗାଇବା ସହ ସିଏ ମୋ ଜଗନ୍ନାଥ ଗୀତରେ ମଧ୍ୟ ଅଭିନୟ କରିଥିଲେ। ଶ୍ରୀ ପଟ୍ଟନାୟକ କୋରାପୁଟ ଜିଲ୍ଲାକୁ ଭଲ ପାଉଥିବା ଯୋଗୁଁ ସେ ଦେଶୀଆ ଗୀତ ରଚନା କରି ଅଭିନୟ କରିବା କରିବା ସହ କଣ୍ଠ ଦାନ କରିଛନ୍ତି ବୋଲି କହିଛନ୍ତି। ଆଗାମୀ ଦିନରେ ମଧ୍ୟ ଅନେକ ଗୁଡିକ ଦେଶୀଆ ଗୀତ କୋରାପୁଟ ଜିଲ୍ଲାବାସୀଙ୍କ ପାଇଁ ଭେଟି ଦେବେ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଆଜି ଅଫିସିଆଲ ଭିଡିଓ ଲୋକାର୍ପଣ ହୋଇଥିବା ଯୋଗୁଁ ସମସ୍ତଙ୍କୁ ବହୁଳମାତ୍ରାରେ ପ୍ରଚାର ପ୍ରସାର କରିବାକୁ ଅନୁରୋଧ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande