ବୈଷ୍ଣୋ ଦେବୀ ମେଡିକାଲ କଲେଜକୁ ପୁଣି ଥରେ କାର୍ଯ୍ୟକ୍ଷମ କରିବାକୁ କଂଗ୍ରେସର ଦାବି
ନୂଆଦିଲ୍ଲୀ, 17 ଜାନୁଆରି (ହି.ସ.)- କଂଗ୍ରେସ ଜମ୍ମୁ–କାଶ୍ମୀରର ରିଆସୀ ଜିଲ୍ଲାରେ ଅବସ୍ଥିତ ଶ୍ରୀ ମାତା ବୈଷ୍ଣୋ ଦେବୀ ଇନଷ୍ଟିଟ୍ୟୁଟ୍ ଅଫ୍ ମେଡିକାଲ୍ ଏକ୍ସିଲେନ୍ସକୁ ପୁନର୍ବାର ଚାଲୁ କରିବାକୁ ଦାବି କରିଛି। କଂଗ୍ରେସର ରାଜ୍ୟସଭା ସଦସ୍ୟ ଏବଂ ଜମ୍ମୁ–କାଶ୍ମୀରର ପ୍ରଭାରୀ ସୟଦ୍
ନାସିର ହୁସେନ


ନୂଆଦିଲ୍ଲୀ, 17 ଜାନୁଆରି (ହି.ସ.)- କଂଗ୍ରେସ ଜମ୍ମୁ–କାଶ୍ମୀରର ରିଆସୀ ଜିଲ୍ଲାରେ ଅବସ୍ଥିତ

ଶ୍ରୀ ମାତା ବୈଷ୍ଣୋ ଦେବୀ ଇନଷ୍ଟିଟ୍ୟୁଟ୍ ଅଫ୍ ମେଡିକାଲ୍ ଏକ୍ସିଲେନ୍ସକୁ ପୁନର୍ବାର ଚାଲୁ

କରିବାକୁ ଦାବି କରିଛି।

କଂଗ୍ରେସର ରାଜ୍ୟସଭା ସଦସ୍ୟ ଏବଂ ଜମ୍ମୁ–କାଶ୍ମୀରର ପ୍ରଭାରୀ ସୟଦ୍

ନସୀର ହୁସେନ୍ ଶନିବାର ଏଠାରେ ପାର୍ଟି ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ

କରିଛନ୍ତି ଯେ, ସରକାର କହୁନ୍ତୁ—କେଉଁ ଅଭିଯୋଗ ଆଧାରରେ ବୈଷ୍ଣୋ ଦେବୀ ମେଡିକାଲ୍

କଲେଜ୍‌ରେ ଏହି କାର୍ଯ୍ୟାନୁଷ୍ଠାନ କରାଯାଇଛି? କାର୍ଯ୍ୟାନୁଷ୍ଠାନ କରିବା

ପୂର୍ବରୁ କଲେଜ୍‌କୁ କାହିଁକି କୌଣସି ସମୟ ଦିଆଯାଇନଥିଲା?

ସେ କହିଛନ୍ତି ଯେ, ସରକାର କୌଣସି କାର୍ଯ୍ୟାନୁଷ୍ଠାନ କରିବା

ପୂର୍ବରୁ ତଦନ୍ତ କରିପାରୁଥିଲେ। କୌଣସି ଯାଞ୍ଚ ନ କରି ଏବଂ ବିଧିସମ୍ମତ ପ୍ରକ୍ରିୟା ଅନୁସରଣ ନ

କରି ଏହି କାର୍ଯ୍ୟାନୁଷ୍ଠାନ କାହିଁକି କରାଗଲା? ସରକାର ସେପ୍ଟେମ୍ବରରେ

ଯେତେବେଳେ ଛାତ୍ରଛାତ୍ରୀମାନଙ୍କୁ ଭର୍ତ୍ତି କରିଥିଲେ, ସେଇ ସମୟରେ ତଦନ୍ତ

କାହିଁକି କରାଯାଇନଥିଲା? ସରକାର ଏବେ ଶିକ୍ଷା କ୍ଷେତ୍ରରେ ମଧ୍ୟ

ସାମ୍ପ୍ରଦାୟିକତା ପ୍ରସାର କରୁଛି।

ସେ ଆହୁରି କହିଛନ୍ତି ଯେ, ଯେଉଁମାନେ ଏହି ସାମ୍ପ୍ରଦାୟିକୀକରଣକୁ

ବିରୋଧ କରନ୍ତି, ସେମାନଙ୍କୁ ଦେଶଦ୍ରୋହୀ ବୋଲି କୁହାଯାଏ। ଦେଶରେ ଜାମିଆ ମିଲ୍ଲିଆ

ଇସ୍ଲାମିଆ ବିଶ୍ୱବିଦ୍ୟାଳୟ ଓ ଆଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟ ପରି ବଡ଼ ସଂସ୍ଥାଗୁଡ଼ିକର

ଅନୁଦାନ ସରକାର କମାଇଦେଇଛି। ସରକାର ଏକ ବିଶେଷ ଚିନ୍ତାଧାରାକୁ ପ୍ରୋତ୍ସାହନ ଦେଉଛି। ଆମର ଦାବି

ହେଉଛି—ଏହାକୁ ତୁରନ୍ତ ପୁନଃଚାଲୁ କରାଯାଉ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande