
ନୂଆଦିଲ୍ଲୀ, ୧୭ ଜାନୁଆରୀ (ହି.ସ.)- ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ଆତିଶୀଙ୍କ ସହିତ ଜଡ଼ିତ ଭିଡିଓ ଉପରେ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (ଏଫଏସଏଲ) ରିପୋର୍ଟ ଆସିଛି । ରିପୋର୍ଟ ଅନୁଯାୟୀ, ଅଡ଼ିଓ ଏବଂ ଭିଡ଼ିଓରେ କୌଣସି ପ୍ରକାରର ହେରଫେର୍ କରାଯାଇ ନାହିଁ । ଏଥିରେ ଗୁରୁ ଶବ୍ଦଟି ବ୍ୟବହାର କରାଯାଇଛି ଏବଂ ଭିଡ଼ିଓରେ ଏହା ଦେଖିବାକୁ ମିଳିଛି ।
ଦିଲ୍ଲୀ ବିଧାନସଭା ବାଚସ୍ପତି ବିଜେନ୍ଦର ଗୁପ୍ତା ଶନିବାର ତାଙ୍କ ବାସଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଶୀତକାଳୀନ ଅଧିବେଶନ ସମୟରେ, ଗୃହ ସର୍ବସମ୍ମତିକ୍ରମେ ଆତିଶୀଙ୍କ ଭିଡ଼ିଓର ଫରେନସିକ୍ ପରୀକ୍ଷା କରିବାକୁ ନିଷ୍ପତି ନେଇଛି । କିନ୍ତୁ, ମାମଲାକୁ ତଦନ୍ତ ପାଇଁ ପଠାଯିବା ମାତ୍ରେ ହଠାତ୍ ଖବର ପ୍ରକାଶ ପାଇଲା ଯେ, ପଞ୍ଜାବ ସରକାର ତଦନ୍ତ ସମାପ୍ତ କରିଛି, ରିପୋର୍ଟ ମଧ୍ୟ ଆସି ସାରିଛି । ଏବଂ ଦିଲ୍ଲୀର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି । ଯେଉଁ ନାଟକୀୟ ଢଙ୍ଗରେ ଏସବୁ ହୋଇଛି, ତାହା ଆଜି ସତ୍ୟ ଏବଂ ମିଥ୍ୟା ମଧ୍ୟରେ ପାର୍ଥକ୍ୟକୁ ସ୍ପଷ୍ଟ କରିଛି । ସେ କହିଛନ୍ତି ଯେ, ଦିଲ୍ଲୀ ବିଧାନସଭା ଦ୍ୱାରା ପ୍ରାପ୍ତ ବିସ୍ତୃତ ଫରେନସିକ୍ ରିପୋର୍ଟ ସ୍ପଷ୍ଟ ଭାବରେ କହୁଛି ଯେ, ଭିଡ଼ିଓ ଏବଂ ଅଡ଼ିଓରେ ହେରଫେର୍ କରାଯାଇ ନାହିଁ । ଏହା ସେପରି ଅଛି, ସମ୍ପୂର୍ଣ୍ଣ ମୌଳିକ ଏବଂ ଅକ୍ଷୁର୍ଣ୍ଣ... ଜଳନ୍ଧର କୋର୍ଟ ଦ୍ୱାରା ଜାରି କରାଯାଇଥିବା ଆଦେଶ ଏକ ଚୂଡ଼ାନ୍ତ ରାୟ ନୁହେଁ, ବରଂ କେବଳ ଏକ ମଧ୍ୟବର୍ତୀକାଳୀନ ଆଦେଶ । ଏହି ଆଦେଶ ସତ୍ୟ ନିର୍ଣ୍ଣୟ କରେ ନାହିଁ କିମ୍ବା ଦୋଷ କିମ୍ବା ନିର୍ଦ୍ଦୋଷତା ନିର୍ଣ୍ଣୟ କରେ ନାହିଁ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ