ଛତିଶଗଡର ବିଜାପୁରରେ ସୁରକ୍ଷାବଳ-ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଜାରି
ବିଜାପୁର, 17 ଜାନୁଆରି (ହି.ସ.)- ଛତିଶଗଡ଼ର ବିଜାପୁର ଜିଲ୍ଲାର ଉତ୍ତର–ପଶ୍ଚିମ ଅଞ୍ଚଳର ଜଙ୍ଗଲର ପାହାଡ଼ ଅଞ୍ଚଳରେ ଆଜି ଶନିବାର ସକାଳୁ ସୁରକ୍ଷାବାହିନୀ ଓ ନକ୍ସଲୀ ମୁହାଁମୁହିଁ ହୋଇଛନ୍ତି। ବସ୍ତର ଆଇଜି ସୁନ୍ଦରରାଜ ପି ମୁଠଭେଡ଼ ଘଟଣାର ସୂଚନା ଦେଇ କହିଛନ୍ତି ଯେ ଅଭିଯାନ ଏପର୍ଯ୍ୟନ୍ତ
ନକ୍ସଲ


ବିଜାପୁର, 17 ଜାନୁଆରି (ହି.ସ.)- ଛତିଶଗଡ଼ର ବିଜାପୁର ଜିଲ୍ଲାର ଉତ୍ତର–ପଶ୍ଚିମ ଅଞ୍ଚଳର ଜଙ୍ଗଲର

ପାହାଡ଼ ଅଞ୍ଚଳରେ ଆଜି ଶନିବାର ସକାଳୁ ସୁରକ୍ଷାବାହିନୀ ଓ ନକ୍ସଲୀ ମୁହାଁମୁହିଁ ହୋଇଛନ୍ତି।

ବସ୍ତର ଆଇଜି ସୁନ୍ଦରରାଜ ପି ମୁଠଭେଡ଼ ଘଟଣାର ସୂଚନା ଦେଇ କହିଛନ୍ତି ଯେ ଅଭିଯାନ ଏପର୍ଯ୍ୟନ୍ତ

ଚାଲୁ ଅଛି, ସେହି କାରଣରୁ ଗୁଳି ବିନିମୟର ସ୍ଥାନ,

ଅଭିଯାନରେ

ସାମିଲ ସୁରକ୍ଷାବାହିନୀଙ୍କ ସଂଖ୍ୟା ଓ ଅନ୍ୟାନ୍ୟ ସଂବେଦନଶୀଳ ସୂଚନା ବର୍ତ୍ତମାନ ସମୟରେ

ସାର୍ବଜନୀନ କରାଯାଇପାରିବ ନାହିଁ।

ଏହା ପୂର୍ବରୁ ବସ୍ତର ଅଞ୍ଚଳରେ ସକ୍ରିୟ ଏକମାତ୍ର ବଞ୍ଚିଥିବା ନକ୍ସଲୀ କମାଣ୍ଡର ପାପାରାଓ

ସହ ବଡ଼ ସଂଖ୍ୟାରେ ନକ୍ସଲମାନଙ୍କ ଉପସ୍ଥିତି ସୂଚନା ମିଳିବା ପରେ ଡିଆରଜି ଯବାନମାନଙ୍କୁ

ନ୍ୟାସନାଲ୍ ପାର୍କ ଅଞ୍ଚଳକୁ ନକ୍ସଲ ବିରୋଧୀ ଅଭିଯାନ ପାଇଁ ପଠାଯାଇଥିଲେ। ଏହି ସମୟରେ ସେମାନଙ୍କ

ସାମ୍ନା ନକ୍ସଲୀମାନଙ୍କ ଏକ ବଡ଼ ଦଳ ସହ ହୋଇଥିଲା।

ଏହି ଗୁଳି ବିନିମୟରେ ଏପର୍ଯ୍ୟନ୍ତ ୨ ଜଣ ନକ୍ସଲ ନିହତ ହୋଇଥିବା ଓ ଘଟଣାସ୍ଥଳରୁ ଏକେ–୪୭ ରାଇଫଲ୍ ଜବତ

କରାଯାଇଥିବା ଖବର ମିଳିଛି, ଯଦିଓ ଏହାର ଆଧିକାରିକ ପୁଷ୍ଟି

ହୋଇନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande