ଆଜି ମଧ୍ୟପ୍ରଦେଶକୁ 4400 କୋଟିର 8 ଜାତୀୟ ରାଜପଥ ପ୍ରକଳ୍ପ ଭେଟି ଦେବେ କେନ୍ଦ୍ରମନ୍ତ୍ରୀ ଗଡକାରୀ
ଭୋପାଲ୍, 17 ଜାନୁଆରି (ହି.ସ.)- କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ୍ ଗଡ଼କରୀ ଆଜି ଶନିବାର ମଧ୍ୟ ପ୍ରଦେଶ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ରାଜ୍ୟବାସୀଙ୍କୁ ୪,୪୦୦ କୋଟି ଟଙ୍କାଠାରୁ ଅଧିକ ଖର୍ଚ୍ଚର ଆଠଟି ଜାତୀୟ ରାଜମାର୍ଗ ପ୍ରକଳ୍ପ ଭେଟି ଦେବେ। କେନ୍
ଗଡକାରୀ


ଭୋପାଲ୍, 17 ଜାନୁଆରି (ହି.ସ.)- କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ୍ ଗଡ଼କରୀ ଆଜି ଶନିବାର

ମଧ୍ୟ ପ୍ରଦେଶ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ରାଜ୍ୟବାସୀଙ୍କୁ ୪,୪୦୦ କୋଟି ଟଙ୍କାଠାରୁ

ଅଧିକ ଖର୍ଚ୍ଚର ଆଠଟି ଜାତୀୟ ରାଜମାର୍ଗ ପ୍ରକଳ୍ପ ଭେଟି ଦେବେ।

କେନ୍ଦ୍ରୀୟ ମନ୍ତ୍ରୀ ଗଡ଼କରୀ ଆଜି ଶନିବାର ମଧ୍ୟ ପ୍ରଦେଶ ଭ୍ରମଣ କାଳରେ ବିଦିଶା ଜିଲ୍ଲାରେ

ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ଏହି ଅବସରରେ କେନ୍ଦ୍ରୀୟ କୃଷି ମନ୍ତ୍ରୀ

ଶିବରାଜ ସିଂହ ଚୌହାନ ଓ ମୁଖ୍ୟମନ୍ତ୍ରୀ ଡ଼. ମୋହନ ଯାଦବ ମଧ୍ୟ ତାଙ୍କ ସହ ଉପସ୍ଥିତ ରହିବେ।

ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ, କେନ୍ଦ୍ରୀୟ ମନ୍ତ୍ରୀ ଗଡ଼କରୀ ଆଜି ଦ୍ୱିପ୍ରହରର

୧୨ଟାରେ ବିମାନରେ ଭୋପାଳ ବିମାନବନ୍ଦରରେ ପହଞ୍ଚିବେ ଏବଂ ଦ୍ୱିପ୍ରହର ୧୨ଟା ୦୫ ମିନିଟରେ

ହେଲିକପ୍ଟର ମାଧ୍ୟମରେ ପ୍ରସ୍ଥାନ କରିବେ। ଦ୍ୱିପ୍ରହର୧୨ଟା ୩୦ ମିନିଟରେ ସେ ବିଦିଶା ଖେଳ

ଷ୍ଟାଡିୟମ୍ ହେଲିପ୍ୟାଡରେ ପହଞ୍ଚି ରୋଡ୍‌ ଶୋ କାର୍ଯ୍ୟକ୍ରମରେ ସାମିଲ ହେବେ।

ତାପରେ ସେ ପୁରୁଣା କୃଷି ଉପଜ ମଣ୍ଡି, ବିଦିଶାରେ ଆୟୋଜିତ ସଡ଼କ

ପ୍ରକଳ୍ପଗୁଡ଼ିକର ଭୂମିପୂଜନ ଓ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେବେ। କାର୍ଯ୍ୟକ୍ରମ ଶେଷ ପରେ,

କେନ୍ଦ୍ରୀୟ

ମନ୍ତ୍ରୀ ଦ୍ୱିପ୍ରହର ୩ଟା ୩୦ ମିନିଟରେ ବିଦିଶା ଖେଳ ଷ୍ଟାଡିୟମ୍‌ରୁ ହେଲିକପ୍ଟର ମାଧ୍ୟମରେ

ଭୋପାଳ ବିମାନବନ୍ଦରକୁ ପ୍ରସ୍ଥାନ କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande