ମଧ୍ୟପ୍ରଦେଶର ବିଦିଶରେ ପହଂଚିଲେ ଗଡକାରୀ, ଶିବରାଜ ସିଂହଙ୍କ ସହ କଲେ ରୋଡ୍ ସୋ
ବିଦିଶା, 17 ଜାନୁଆରି (ହି.ସ.)- କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକାରୀ ଶନିବାର ମଧ୍ୟପ୍ରଦେଶର ଦିନିକିଆ ଗସ୍ତରେ ବିଦିଶା ପହଞ୍ଚିଛନ୍ତି । ଏଠାରେ ସେ କେନ୍ଦ୍ରୀୟ କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସହ ରୋଡ୍‌ ଶୋ କରିଛନ୍ତି। ତାଙ୍କ ସହ ମୁଖ୍ୟମନ୍ତ୍
ମଧ୍ୟପ୍ରଦେଶର ବିଦିଶରେ ପହଂଚିଲେ ଗଡକାରୀ, ଶିବରାଜ ସିଂହଙ୍କ ସହ କଲେ ରୋଡ୍ ସୋ


ବିଦିଶା, 17 ଜାନୁଆରି (ହି.ସ.)- କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକାରୀ ଶନିବାର

ମଧ୍ୟପ୍ରଦେଶର ଦିନିକିଆ ଗସ୍ତରେ ବିଦିଶା ପହଞ୍ଚିଛନ୍ତି । ଏଠାରେ ସେ କେନ୍ଦ୍ରୀୟ କୃଷି ମନ୍ତ୍ରୀ

ଶିବରାଜ ସିଂହ ଚୌହାନଙ୍କ ସହ ରୋଡ୍‌ ଶୋ କରିଛନ୍ତି। ତାଙ୍କ ସହ ମୁଖ୍ୟମନ୍ତ୍ରୀ ଡ଼. ମୋହନ ଯାଦବ

ମଧ୍ୟ ଉପସ୍ଥିତ ଥିଲେ।

ବିଦିଶାରେ କେନ୍ଦ୍ରୀୟ ଦୁଇ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ଖୋଲା ଜିପ୍‌ରେ ସାରଥି ହୋଇ

ରୋଡ୍‌ ଶୋ କରିଛନ୍ତି। ଏହି ରୋଡ୍‌ ଶୋ ବଡ଼ ବଜାରରୁ ଆରମ୍ଭ ହୋଇ କୃଷି ଉତ୍ପାଦନ ମଣ୍ଡିରେ ପହଞ୍ଚିଥିଲା,

ଯେଉଁଠାରେ

ସଡ଼କ ପ୍ରକଳ୍ପଗୁଡ଼ିକର ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ରୋଡ୍‌ ଶୋ

ସମୟରେ ସ୍ଥାନେ ସ୍ଥାନେ ଫୁଲ ଦେଇ ତାଙ୍କୁ ସ୍ୱାଗତ କରାଯାଇଥିଲା। ଏହି ସମୟରେ କେନ୍ଦ୍ରୀୟ

ମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ଲୋକମାନଙ୍କ ଉପରେ ଫୁଲ ବର୍ଷା କରୁଥିବା ଦେଖାଯାଇଥିଲା।

କେନ୍ଦ୍ରୀୟ ମନ୍ତ୍ରୀ ନିତିନ ଗଡକରୀ ଏଠାରେ ୪୪୦୦ କୋଟି ଟଙ୍କା ବ୍ୟୟରେ ୧୮୧ କିଲୋମିଟର

ଲମ୍ବା ଆଠଟି ସଡ଼କ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ଏହା ସହିତ ସାଗର ଜିଲ୍ଲାକୁ

ତିନୋଟି ଡ୍ରାଇଭିଂ ଟ୍ରେନିଂ ସେଣ୍ଟରର ଉପହାର ମଧ୍ୟ ଦେବେ।

ଏହା ପୂର୍ବରୁ କେନ୍ଦ୍ରୀୟ ମନ୍ତ୍ରୀ ଗଡକରୀ ବିମାନ ଯୋଗେ ଭୋପାଳର ରାଜାଭୋଜ ବିମାନବନ୍ଦରରେ

ପହଞ୍ଚିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ଡ଼. ମୋହନ ଯାଦବ ଷ୍ଟେଟ୍‌ ହାଙ୍ଗାରରେ ତାଙ୍କୁ ସ୍ୱାଗତ

କରିଥିଲେ। ଏହା ପରେ ଗଡକରୀ, ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବଂ

କେନ୍ଦ୍ରୀୟ କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ବିଦିଶା ପହଞ୍ଚିଥିଲେ। ଏଠାରେ ହେଲିପ୍ୟାଡରେ

ଜନପ୍ରତିନିଧି ଓ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande