
ନୂଆଦିଲ୍ଲୀ, 17 ଜାନୁଆରି (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ମାଲଦା ଟାଉନ୍ ରେଲୱେ
ଷ୍ଟେସନରୁ ହାଉଡ଼ା ଓ କାମାଖ୍ୟା (ଗୁୱାହାଟୀ) ମଧ୍ୟରେ ଚାଲୁଥିବା ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର
ଟ୍ରେନକୁ ସବୁଜ ସଙ୍କେତ ଦେଇ ପ୍ରସ୍ଥାନ କରାଇବେ। ଏହି ଟ୍ରେନ ଆଧୁନିକ ଇଣ୍ଟିରିଅର ଓ ଉନ୍ନତ
ସୁବିଧାସମୃଦ୍ଧ ଥିବାରୁ ଦୀର୍ଘ ଦୂରତାର ଯାତ୍ରାକୁ ଅଧିକ ସୁବିଧାଜନକ କରିବ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅନୁସାରେ, ପ୍ରଧାନମନ୍ତ୍ରୀ ଶନିବାର ଦ୍ୱିପ୍ରହର
ପ୍ରାୟ ୧୨ଟା ୪୫ ମିନିଟ୍ରେ ମାଲଦା ଟାଉନ୍ ରେଲୱେ ଷ୍ଟେସନରେ ପହଞ୍ଚିବେ। ଏହାପରେ ଦ୍ୱିପ୍ରହର
୧ଟା ୪୫ ମିନିଟ୍ରେ ମାଲଦାରେ ଆୟୋଜିତ କାର୍ଯ୍ୟକ୍ରମରେ ୩,୨୫୦ କୋଟି ଟଙ୍କାଠାରୁ
ଅଧିକ ରେଲ୍ ଓ ସଡ଼କ ଅବସଂରଚନା ସମ୍ବନ୍ଧୀୟ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ଏବଂ ଅନେକ
ପ୍ରକଳ୍ପକୁ ଦେଶକୁ ସମର୍ପିତ କରିବେ।
ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଚାରିଟି ନୂଆ ଅମୃତ ଭାରତ ଏକ୍ସପ୍ରେସ
ଟ୍ରେନକୁ ମଧ୍ୟ ସବୁଜ ସଙ୍କେତ ଦେଇ ପ୍ରସ୍ଥାନ କରାଇବେ । ଏହା ମଧ୍ୟରେ ନ୍ୟୁ ଜଲପାଇଗୁଡ଼ି–ନାଗରକୋଇଲ,
ନ୍ୟୁ
ଜଲପାଇଗୁଡ଼ି–ତିରୁଚିରାପଲ୍ଲୀ, ଆଲିପୁରଦ୍ୱାର–ଏସଏମଭିଟି ବେଙ୍ଗାଲୁରୁ
ଏବଂ ଆଲିପୁରଦ୍ୱାର–ମୁମ୍ବାଇ (ପନଭେଲ) ଅମୃତ ଭାରତ ଏକ୍ସପ୍ରେସ ସାମିଲ ଅଛି। ଏହି
ଟ୍ରେନଗୁଡ଼ିକର ପରିଚାଳନା ଦ୍ୱାରା ଦୀର୍ଘ ଦୂରତାର ସସ୍ତା ଓ ବିଶ୍ୱସନୀୟ ରେଲ୍ ସଂଯୋଗ
ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାର ଆଶା କରାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା