
ନୂଆଦିଲ୍ଲୀ, ୧୭ ଜାନୁଆରୀ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପଶ୍ଚିମବଙ୍ଗର ମାଲଦାରେ ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ୍ କୋଲକାତା (ହାଓଡ଼ା) ଏବଂ ଗୌହାଟି (କାମାଖ୍ୟା) ମଧ୍ୟରେ ଚାଲିବ ଏବଂ ବର୍ତମାନର ୧୭ ଘଂଟାର ଯାତ୍ରା ତୁଳନାରେ ମାତ୍ର ୧୪ ଘଂଟାରେ ୯୫୮ କିଲୋମିଟର ଦୂରତା ଅତିକ୍ରମ କରିବ ।
ଉଦ୍ଘାଟନ ସମୟରେ ପ୍ରଧାନମନ୍ତ୍ରୀ ଟ୍ରେନରେ ପିଲା ଏବଂ ଛାତ୍ରମାନଙ୍କ ସହିତ ଆଲୋଚନା କରିଥିଲେ । ଛାତ୍ରମାନେ କବିତା ପାଠ କରିଥିଲେ ଏବଂ ସେମାନଙ୍କର ଅଭିଜ୍ଞତା ବାଂଟି ଥିଲେ, ଯେତେବେଳେ ପ୍ରଧାନମନ୍ତ୍ରୀ ହସ୍ତାକ୍ଷର କରିଥିଲେ ଏବଂ ନିଜର ଅଭିଜ୍ଞତା ବାଂଟି ଥିଲେ । ସେ ଟ୍ରେନ୍ ଡ୍ରାଇଭର ଏବଂ କର୍ମଚାରୀମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ । ଷ୍ଟେସନରେ ଲୋକମାନେ ହାତରେ ତ୍ରିରଙ୍ଗା ଧରି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଷ୍ଟେସନରେ ଏକ ବିଶାଳ ଜନସମାଗମ ହୋଇଥିଲା । କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀଙ୍କୁ ଦେବୀଙ୍କ ପ୍ରତିମା ପ୍ରଦାନ କରିଥିଲେ ।
ରେଳ ବୋର୍ଡ ଅନୁଯାୟୀ, ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ରେ ଆରଏସିର କୌଣସି ବ୍ୟବସ୍ଥା ରହିବ ନାହିଁ । ଟ୍ରେନ୍ ରେ ୧୧ଟି ତୃତୀୟ ଏସି, ୪ଟି ଦ୍ୱିତୀୟ ଏସି ଏବଂ ୧ଟି ପ୍ରଥମ ଏସି ସମେତ ମୋଟ୍ ୧୬ଟି କୋଚ୍ ରହିବ । ରାଜଧାନୀ ଏକ୍ସପ୍ରେସ୍ ଭଳି ପ୍ରିମିୟମ୍ ଟ୍ରେନ୍ ଅପେକ୍ଷା ଭଡ଼ା ଟିକିଏ ଅଧିକ ହେବ । ଗୌହାଟିରୁ ହାୱଡ଼ା ପର୍ଯ୍ୟନ୍ତ ତୃତୀୟ ଏସି ଭଡ଼ା ପ୍ରାୟ ୨,୩୦୦ ସ୍ଥିର କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ