
ଚନ୍ଦୌଲି, 17 ଜାନୁଆରି (ହି.ସ.)- ଶନିବାର ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ (ସିଜେଆଇ) ବିଚାରପତି ସୂର୍ଯ୍ୟକାନ୍ତ
ଉତ୍ତର ପ୍ରଦେଶର ଚନ୍ଦୌଲି, ମହୋବା,
ଆମେଠି,
ଶାମଲୀ,
ହାଥରସ
ଓ ଔରେୟା ଜିଲ୍ଲାର ଏକୀକୃତ ନ୍ୟାୟାଳୟ ପରିସର (ଇଣ୍ଟିଗ୍ରେଟେଡ୍ କୋର୍ଟ କମ୍ପ୍ଲେକ୍ସ)ର
ଶିଳାନ୍ୟାସ କରିଥିଲେ। ଏହି ଅବସରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ
ଥିଲେ।
ଏହି କାର୍ଯ୍ୟକ୍ରମରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଅରୁଣ ଭଂସାଲୀ,
ଉଚ୍ଚତମ
ନ୍ୟାୟାଳୟର ପାଞ୍ଚଜଣ ଓ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ୧୮ଜଣ ନ୍ୟାୟାଧୀଶ ମଧ୍ୟ ଉପସ୍ଥିତ ଥିଲେ।
ଚନ୍ଦୌଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ନ୍ୟାୟାଧୀଶ ସୂର୍ଯ୍ୟକାନ୍ତ କହିଥିଲେ ଯେ,
ଯଦି
କୌଣସି ବ୍ୟକ୍ତିଙ୍କ ଅଧିକାର ଉଲ୍ଲଂଘନ ହୁଏ, ତେବେ ସେ ନିଜ ଜିଲ୍ଲାରେ ରହି ନ୍ୟାୟ
ପାଇଁ ସଂଘର୍ଷ କରିପାରିବେ—ଏହି ଉଦ୍ଦେଶ୍ୟରୁ ଜିଲ୍ଲା ନ୍ୟାୟପାଳିକାର
ଧାରଣା ବିକଶିତ ହୋଇଛି। ଏହି ବ୍ୟବସ୍ଥା ନ୍ୟାୟକୁ ସାଧାରଣ ଲୋକଙ୍କ ସହ ଆଉ ଅଧିକ ନିକଟ କରିବାର
ଏକ ମାଧ୍ୟମ। ଏହି ସଂବିଧାନିକ ଚିନ୍ତାଧାରାକୁ ଭୂମିରେ ଅମଲ କରିବା ପାଇଁ ଉତ୍ତର ପ୍ରଦେଶ ସରକାର
୧୦ଟି ଏକୀକୃତ ନ୍ୟାୟାଳୟ ପରିସର ନିର୍ମାଣର ଘୋଷଣା କରିଥିଲେ, ଏଥିରୁ ଛଅଟିର ଶିଳାନ୍ୟାସ
ଆଜି କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା