
ଡେରାଡୁନ, 17 ଜାନୁଆରି (ହି.ସ.)- ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଶନିବାର ଉତ୍ତରାଖଣ୍ଡ ଗସ୍ତରେ ଡେରାଡୁନରେ
ପହଞ୍ଚିଛନ୍ତି। ଜଲିଗ୍ରାଣ୍ଟ ବିମାନବନ୍ଦରରେ ରାଜ୍ୟପାଳ ଲେଫ୍ଟିନେଣ୍ଟ ଜେନେରାଲ୍ ଗୁରମୀତ ସିଂହ
(ଅବସରପ୍ରାପ୍ତ) ଓ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ତାଙ୍କୁ ସ୍ୱାଗତ କରିଥିଲେ।
ସେ ସେଠାରେ ରାଜପୁର ରୋଡ଼ ଅବସ୍ଥିତ ଏକ ହୋଟେଲରେ ଏକ ସଂସ୍ଥା ପକ୍ଷରୁ ଆୟୋଜିତ
କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ଉପରାଷ୍ଟ୍ରପତିଙ୍କ ଆଗମନକୁ ନେଇ ରାଜଧାନୀ ଡେରାଡୁନ ସହିତ ଆଖପାଖ
ଅଞ୍ଚଳଗୁଡ଼ିକରେ ସୁରକ୍ଷାର ବ୍ୟାପକ ବ୍ୟବସ୍ଥା କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା