
ଉଜ୍ଜୟିନୀ, 17 ଜାନୁଆରି (ହି.ସ.)- ମଧ୍ୟପ୍ରଦେଶର ଉଜ୍ଜୟିନରେ ଶନିବାର ସକାଳେ ଭାରତୀୟ କ୍ରିକେଟ୍ ଟିମ୍ର
ପ୍ରସିଦ୍ଧ ଖେଳାଳି ବିରାଟ କୋହଲି ଓ କୁଲଦୀପ ଯାଦବ ଜ୍ୟୋତିର୍ଲିଙ୍ଗ ଭଗବାନ ମହାକାଳେଶ୍ୱରଙ୍କ
ପ୍ରାତଃକାଳୀନ ଭସ୍ମ ଆରତିରେ ଉପସ୍ଥିତ ରହି ଦର୍ଶନ ଲାଭ କରିଥିଲେ। ଦର୍ଶନ ପରେ ମହାକାଳେଶ୍ୱର
ମନ୍ଦିର ପ୍ରବନ୍ଧ ସମିତି ପକ୍ଷରୁ ଅପର କଲେକ୍ଟର ଓ ପ୍ରଶାସକ ପ୍ରଥମ କୌଶିକ ଏବଂ ସହାୟକ ପ୍ରଶାସକ
ମୂଳଚନ୍ଦ ଜୁନୱାଲଙ୍କ ଦ୍ୱାରା ବିରାଟ କୋହଲି ଓ କୁଲଦୀପ ଯାଦବଙ୍କୁ ସ୍ୱାଗତ ଓ ସମ୍ମାନିତ କରାଯାଇଥିଲା।
ବ୍ରହ୍ମମୁହୂର୍ତ୍ତରେ ବିରାଟ କୋହଲି ଓ କୁଲଦୀପ ଯାଦବ ମହାକାଳେଶ୍ୱର ମନ୍ଦିର ପରିସରକୁ
ପହଞ୍ଚିଥିଲେ। ଏହି ସମୟରେ ମନ୍ଦିର ପରିସରରେ ସୁରକ୍ଷାର ବିଶେଷ ବ୍ୟବସ୍ଥା କରାଯାଇଥିଲା। ଭସ୍ମ
ଆରତି ସମୟରେ ଉଭୟ ଖେଳାଳି ପୂର୍ଣ୍ଣ ଭକ୍ତିଭାବରେ ପୂଜା-ଅର୍ଚ୍ଚନାରେ ଲୀନ ଥିବା ଦେଖାଯାଇଥିଲେ।
ସେମାନେ ଭଗବାନ ମହାକାଳଙ୍କ ସମ୍ମୁଖରେ ନତମସ୍ତକ ହୋଇ ଦେଶ, ଟିମ୍ ଓ ନିଜ ଉଜ୍ଜ୍ୱଳ
ଭବିଷ୍ୟତ ପାଇଁ କାମନା କରିଥିଲେ।
ଭସ୍ମ ଆରତି ସମୟରେ ମନ୍ଦିରରେ ଉପସ୍ଥିତ ଶ୍ରଦ୍ଧାଳୁମାନେ ମଧ୍ୟ ଏହି ଆନ୍ତର୍ଜାତୀୟ
କ୍ରିକେଟ୍ ଖେଳାଳିମାନଙ୍କ ଏକ ଝଲକ ପାଇବାକୁ ଚେଷ୍ଟା କରୁଥିଲେ। ଏହି ମଧ୍ୟରେ ମନ୍ଦିର ପ୍ରଶାସନ
ଶାନ୍ତି ଓ ଶୃଙ୍ଖଳା ରକ୍ଷା କରିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା