
ଭୁବନେଶ୍ୱର, 17 ଜାନୁଆରି (ହି.ସ.)- କ୍ୟାପିଟାଲ ହସ୍ପିଟାଲ
ଡାକ୍ତରଙ୍କୁ ମାଡ ଘଟଣାରେ ହସ୍ପିଟାଲରେ ପହଂଚିଲେ ସ୍ୱାସ୍ଥ୍ୟ ସଚିବ ଏସ ଆସ୍ୱାଥି। ସୁପରିଟେଣ୍ଡେଣ୍ଡଙ୍କ
ସହ ପିଜି ଆଇ ଏମ୍ ଆର ସୁପରିଟେଣ୍ଡେଣ୍ଟ, ସ୍ଵତନ୍ତ୍ର ସଚିବଙ୍କ ସହ ଆଲୋଚନା
କରିଛନ୍ତି।
ଡାକ୍ତରଙ୍କ ସୁରକ୍ଷା ପାଇଁ ଆମେ ଯତ୍ନବାନ୍ ଅଛୁ। ଏହି ଘଟଣାରେ ଜଣକୁ ଗିରଫ କରାଯାଇ କୋର୍ଟ
ଫରୱାର୍ଡ କରାଯାଇଛି ବୋଲି ସଚିବ କହିଛନ୍ତି।
ସବୁ ଅଭିଯୁକ୍ତ ଗିରଫ କରାଯିବ। ଡାକ୍ତର
ମାନେ ଭଲ କାମ କରୁଛନ୍ତି, ତାଙ୍କୁ ସୁରକ୍ଷା
ଯୋଗାଇଦେବା ଆମ କାମ। ପୋଲିସ ପ୍ରଶାସନ ସହ କଥା ହେଉଛୁ। ଯିଏ ବି ଦୋଷୀ ଅଛି ସମସ୍ତେ ଗିରଫ ହେବେ।
ଡାକ୍ତର ମାନଙ୍କ ଯାହା ଅସୁବିଧା ଅଛି ଆମେ କଥା ହେବୁ ଆଲୋଚନା କରୁଛୁ। ସୁରକ୍ଷା ମଧ୍ୟ ଯୋଗାଇ
ଦେବୁ। ଆମକୁ ଘଟଣା ସମ୍ପର୍କରେ ଜଣା ଅଛି। ଓପିଡି ବନ୍ଦ୍ ହେବା ସମୟରେ ସେମାନେ ରୋଗୀ ନେଇ
ଆସିଥିଲେ। ଡାକ୍ତର ତାଙ୍କୁ କାଜୁଆଲ୍ଟି ନେବାକୁ କହିଥିଲେ। ଏହା ପରେ ସେମାନେ ଯୁକ୍ତି ତର୍କ
କରିଥିଲେ। ଯେଉଁଟା ଠିକ୍ ନଥିଲା। ଫଳରେ ଏଭଳି ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା ବୋଲି ସ୍ୱାସ୍ଥ୍ୟ
ସଚିବ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା