
ଧର୍ମଶାଳା,୧୭ଜାନୁଆରୀ(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ହାଜିରିମିଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଏକ ଦିବସୀୟ ଜିଲା ସ୍ତରୀୟ ପାରା ଆଥଲେଟିକ୍ସ ମିଟ୍ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆରମ୍ଭରେ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରା ବ୍ରାହ୍ମଣୀ ବ୍ରୀଜ୍ ଠାରୁ ଆରମ୍ଭ ହୋଇ ଷକଳ ପଡିଆରେ ଶେଷ ହୋଇଥିଲା । ଏଥିରେ ଶତାଧିକ ଦିବ୍ୟାଙ୍ଗ କ୍ରୀଡାବିତ୍ ,ବ୍ରହ୍ମବରଦା ମହାବିଦ୍ୟାଳୟ ଓ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ସାମିଲ ହୋଇ ଥିଲେ । ଏହି ମାଶାଲ ଖେଳ ପଡିଆରେ ପଂହଚିବା ପରେ ଜିଲା ପାରା ସ୍ପୋର୍ଟ ଆସୋସିଏସନର ସଭାପତି ମଂଟୁ ଦାସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଯାଜପୁର ରୋଡ ଏସ୍ଡିପିଓ ଶରତ ଚନ୍ଦ୍ର ପାତ୍ର ଯୋଗ ଦେଇ ପ୍ରଦୀପ ପ୍ରଜଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥିଭାବେ ଜିଲା କ୍ରୀଡା ଅଧିକାରୀ ଫକୀର ମୋହନ ଟୁଡୁ,ରସୁଲପୁର ବ୍ଲକ ଶିକ୍ଷା ଅଧିକାରୀ ଡ. ପ୍ରଭଞ୍ଜନ ପତି,ବ୍ରହ୍ମବରଦା ସରପଂଚ ମମତା ଶୁଭଦର୍ଶିନୀ ଦେଓ,କେଜିଆର ଅଧ୍ୟକ୍ଷ ଡ. ଆଲେକଜାଣ୍ଡାର ଦାସ,ବ୍ରହ୍ମବରଦା ଥାନା ଅଧିକାରିଣୀ ଜୟନ୍ତୀ ମଲ୍ଲିକ,ଏସ୍ଆଇ ସୁଶାନ୍ତ କୁମାର ସେଠୀ,ଯୁବନେତା ରାକେଶ ଦେଓ,ପ୍ରଦାପ ଦାସ,ପ୍ରଫୁଲ୍ଲ ଗିରି ଓ ପ୍ରାକ୍ତନ ସରପଂଚ ବିପିନ ବିହାରୀ ଦେଓ ପ୍ରମୁଖ ଯୋଗ ଦେଇ ଦିବ୍ୟାଙ୍ଗ କ୍ରୀଡାବିତ୍ମାନଙ୍କୁ ଉତ୍ସାହିତ କରିଥିଲେ । ଆନ୍ତର୍ଜାତୀୟ ପାରା କ୍ରୀଡାବିତ୍ ପ୍ରଫୁଲ୍ଲ ଖଣ୍ଡାୟତ ରାୟ ଯୋଗ ଦେଇ ରବିନ ଦେଖାଇ ଖେଳକୁ ଶୁଭାରମ୍ଭ କରିଥିଲେ । କୃତି ପ୍ରତିଯୋଗିମାନଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃୃତ କରାଯାଇ ଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ରତିକାନ୍ତ ରାଉତ,ଦୀନବନ୍ଧୁ ରାଉତ,ଜୁଲଫୁକାର ଅଲ୍ଲୀ,ରାକେଶ ଦାସ ଓ ନାସିରୁଦ୍ଧିନ ଖାଁନ ପ୍ରମୁଖ ସହଯୋଗ କରିଥିଲେ । ଏହି ପ୍ରତିଯୋଗିତାରେ ଜିଲାର ୨ଶହରୁ ଉର୍ଦ୍ଧ ଦିବ୍ୟାଙ୍ଗମାନେ କ୍ରୀଡାରେ ଅଂଶ ଗ୍ରହଣ କରିଥିଲେ । ବ୍ରହ୍ମବରଦା ଥାନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ