
ଭୁବନେଶ୍ୱର ୧୭ ଜାନୁଆରୀ (ହି.ସ)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନୋଟି ଅମୃତ ଭାରତ ଏକ୍ସପ୍ରେସ ଟ୍ରେନକୁ ଏକ ଉଦଘାଟନୀ ସମାରୋହରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ସେଗୁଡିକ ହେଲା : ଅଲିପୁର ଦ୍ୱାର ଜଙ୍କସନ-ଏସଏମଭିଟି ବେଙ୍ଗାଲୁରୁ ଅମୃତ ଭାରତ ଏକ୍ସପ୍ରେସ, ଯାହା ୧୭ ଜାନୁଆରୀ ରେ ୧୩:୪୫ ଘଂଟାରେ ଅଲିପୁର ଦ୍ୱାର ଜଙ୍କସନ ଛାଡି ୧୯ ଜାନୁଆରୀରେ ୧୬:୫୦ ଘଂଟାରେ ଏସଏମଭିଟି ବେଙ୍ଗାଲୁରୁରେ ପହଂଚିବ। ନ୍ୟୁ ଜଲପାଇଗୁଡ଼ି-ନାଗେରକୋଇଲ୍ ଅମୃତ ଭାରତ ଏକ୍ସପ୍ରେସ, ୧୭ ଜାନୁଆରୀରେ ରଙ୍ଗପାନି ରୁ ୧୩:୪୫ ଘଂଟାରେ ଛାଡି ୧୯ ଜାନୁଆରୀରେ ୧୯:୧୫ ଘଣ୍ଟାରେ ନାଗେରକୋଇଲ୍ ରେ ପହଞ୍ଚିବ ଏବଂ ନ୍ୟୁ ଜଲପାଇଗୁଡ଼ି-ତିରୁଚ୍ଚିରାପାଲ୍ଲୀ ଅମୃତ ଭାରତ ଏକ୍ସପ୍ରେସ, ୧୭ ଜାନୁଆରୀରେ ୧୩:୪୫ ଘଣ୍ଟାରେ ନ୍ୟୁ ଜଲପାଇଗୁଡ଼ିରୁ ଛାଡିବ ଏବଂ ୧୯ ଜାନୁଆରୀରେ ୧୪:୧୫ ଘଂଟାରେ ତିରୁଚ୍ଚିରାପାଲ୍ଲୀରେ ପହଞ୍ଚିବ।
ଏହା ବ୍ୟତୀତ, ପ୍ରଧାନମନ୍ତ୍ରୀ ଏଲଏଚବି କୋଚ ସହିତ ସଜ୍ଜିତ ଦୁଇଟି ନୂତନ ଟ୍ରେନ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ରାଧିକାପୁର- ଏସଏମଭିଟି ବେଙ୍ଗାଲୁରୁ ଏକ୍ସପ୍ରେସ, ୧୭ ଜାନୁଆରୀ ୧୩:୪୫ ଘଣ୍ଟାରେ ରାଧିକାପୁରରୁ ଛାଡିବ ଏବଂ ୧୯ ଜାନୁଆରୀରେ ୧୫:୦୫ ଘଣ୍ଟାରେ ଏସଏମଭିଟି ବେଙ୍ଗାଲୁରୁରେ ପହଞ୍ଚିବ ଏବଂ ବାଲୁରଘାଟ-ଏସଏମଭିଟି ବେଙ୍ଗାଲୁରୁ ଏକ୍ସପ୍ରେସ, ୧୭ ଜାନୁଆରୀରେ ୧୩:୪୫ ଘଂଟାରେ ବାଲୁରଘାଟରୁ ଛାଡିବ ଏବଂ ୧୯ ଜାନୁଆରୀ ରେ ୦୯:୪୦ ଘଣ୍ଟାରେ ଏସଏମଭିଟି ବେଙ୍ଗାଲୁରୁରେ ପହଞ୍ଚିବ।
ଏହି ସମସ୍ତ ସେବା ପୂର୍ବ ତଟ ରେଳପଥର ଅଧିକାର କ୍ଷେତ୍ର ଅଧୀନରେ ଓଡ଼ିଶା ଦେଇ ଯିବ। ଏହି ଟ୍ରେନଗୁଡ଼ିକର ନିୟମିତ ପରିଚାଳନା ସମୟସୂଚୀ ପୃଥକ ଭାବରେ ସୂଚିତ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା