
ଗଂଜାମ, 18 ଜାନୁଆରି (ହି.ସ.)
ଗଂଜାମ ଜିଲାର ପ୍ରଥମ ମହିଳା ପତ୍ରକାର, ଧର୍ମାନନ୍ଦ ମହିଳା ସମିତିର ପ୍ରତିଷ୍ଠାତ୍ରୀ ତଥା ସମାଜ ସେବିକା ସ୍ୱର୍ଗତା ବିମଳା ମହାନ୍ତି ଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପିତ୍ତଳ ଧର୍ମାନନ୍ଦ ମହିଳା ସମିତି ସଂପାଦିକା ସୁଶ୍ରୀ ପୁଷ୍ପାଂଜଳି ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ସମିତିର ସଦସ୍ୟ କର୍ମକର୍ତ୍ତା ଓ ସ୍ଥାନୀୟ ଜନସାଧାରଣ ବିମଳାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ପରିଶେଷରେ ଶ୍ରୀମତି ଝୁନୁ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଗଂଜାାମ ଜିଲା ଓୟୂଡବଲ୍ଯୁଜେ ପକ୍ଷରୁ ମଧ୍ୟ ବରିଷ୍ଠ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତଙ୍କଂ ସଭାପତିତ୍ୱରେ ବିମଳା ମହାନ୍ତିଙ୍କ ଶ୍ରାଦ୍ଧ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିମଳାଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ଯ ଅର୍ପଣ ପରେ ଉପସଭାପତି ସଚିଦାନଂଦ ନାୟକ,ସାଧାରଣ ସଂପାଦକ ସୁରେଶ ତ୍ରିପାଠୀ, କୋଷାଧ୍ୟକ୍ଷ ରାମପ୍ରସାଦ ସାମଲ, ସହସଂପାଦକ ଡି ପର୍ଶୁରାମ, ହରେକୃଷ୍ଣ ମହାନ୍ତି ପ୍ରମୁଖ ବିମଳା ମହାନ୍ତିଙ୍କ ସାମ୍ବାଦିକତା ଓ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ତଥା ପ୍ରଶଂସନୀୟ କାର୍ଯ୍ୟର ଅବତାରଣା କରି ଗଭୀର ଶ୍ରଦ୍ଧାଜଂଳି ଅର୍ପଣ କରିଥିଲେ । ଏଥିରେ କର୍ମଜିବୀ ସାମ୍ବାଦିକ ସଂଘ ରବହୁ ସଦସ୍ୟ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ