ଦିଲ୍ଲୀରୁ ବାଗଡୋଗ୍ରା ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ବୋମା ଧମକ ମିଳିବା ପରେ ଲକ୍ଷ୍ନୌରେ ଜରୁରୀକାଳୀନ ଅବତରଣ
ଲକ୍ଷ୍ନୌ, ୧୮ ଜାନୁଆରୀ (ହି.ସ.)- ଦିଲ୍ଲୀରୁ ବାଗଡୋଗ୍ରା (ପଶ୍ଚିମବଙ୍ଗ) ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ବୋମା ଧମକ ମିଳିବା ପରେ ରବିବାର ସକାଳେ ବିମାନବନ୍ଦରରେ ଆତଙ୍କ ଖେଳିଗଲା । ପରେ ବିମାନକୁ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ବାଧ୍ୟ କରାଯାଇଥିଲା । ଯାତ୍ରୀମାନ
ଦିଲ୍ଲୀରୁ ବାଗଡୋଗ୍ରା ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ବୋମା ଧମକ ମିଳିବା ପରେ ଲକ୍ଷ୍ନୌରେ ଜରୁରୀକାଳୀନ ଅବତରଣ


ଲକ୍ଷ୍ନୌ, ୧୮ ଜାନୁଆରୀ (ହି.ସ.)- ଦିଲ୍ଲୀରୁ ବାଗଡୋଗ୍ରା (ପଶ୍ଚିମବଙ୍ଗ) ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ବୋମା ଧମକ ମିଳିବା ପରେ ରବିବାର ସକାଳେ ବିମାନବନ୍ଦରରେ ଆତଙ୍କ ଖେଳିଗଲା । ପରେ ବିମାନକୁ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ବାଧ୍ୟ କରାଯାଇଥିଲା । ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ଓହ୍ଲାଇବା ପରେ, ବମ୍ ସ୍କ୍ୱାଡ୍ ଏବଂ ଅନ୍ୟାନ୍ୟ ସୁରକ୍ଷା କର୍ମଚାରୀମାନେ ଯାଂଚ୍ କରୁଛନ୍ତି ।

ସୂଚନା ଅନୁଯାୟୀ, ଏୟାର ଟ୍ରାଫିକ୍ କଂଟ୍ରୋଲ (ଏଟିସି) ସକାଳ ୮ଟା ୪୬ ସମୟରେ ଦିଲ୍ଲୀରୁ ବାଗଡୋଗ୍ରା (ପଶ୍ଚିମବଙ୍ଗ) ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ନମ୍ବର ୬ଇ-୬୬୫୦ରେ ବୋମା ଧମକ ପାଇଥିଲା । ସୁରକ୍ଷା ସତର୍କତା ଅବଲମ୍ବନ କରି, ବିମାନଟି ସକାଳ ୯ଟା ୧୭ ସମୟରେ ଲକ୍ଷ୍ନୌ ବିମାନବନ୍ଦରରେ ସୁରକ୍ଷିତ ଜରୁରୀକାଳୀନ ଅବତରଣ କରିଥିଲା । ତା’ପରେ ଯାତ୍ରୀମାନଙ୍କୁ ଓହ୍ଲାଇ ଦିଆଯାଇଥିଲା ଏବଂ ବିମାନକୁ ତୁରନ୍ତ ଏକ ଆଇସୋଲେସନ ବେ ରେ ରଖାଯାଇଥିଲା ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ବିମାନର ବାଥରୁମରେ ଟିସୁ ପେପରରେ ଏକ ହାତଲେଖା ନୋଟ୍ ମିଳିଥିଲା, ଯେଉଁଥିରେ ଲେଖାଥିଲା, ବିମାନରେ ବୋମା ଅଛି । ସୂଚନା ପାଇବା ପରେ, ବିମାନକୁ ଲକ୍ଷ୍ନୌକୁ ସ୍ଥାନାନ୍ତର କରାଯାଇଥିଲା । ବିମାନଟିରେ ୨୨୨ ଜଣ ଯାତ୍ରୀ, ୮ ଜଣ ଶିଶୁ, ୨ ଜଣ ପାଇଲଟ୍ ଏବଂ ୫ ଜଣ କ୍ରୁ ସଦସ୍ୟ ଥିଲେ । ବୋମା ଦଳ, ଅଗ୍ନିଶମ ବାହିନୀ, ଡାକ୍ତରୀ ଦଳ, ସୁରକ୍ଷା ସଂସ୍ଥା ଏବଂ ବିମାନବନ୍ଦର ପ୍ରଶାସନ ମିଳିତ ତଦନ୍ତ କରିଥିଲେ । ଏଥି ସହିତ ବିମାନବନ୍ଦରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande