
ପ୍ରୟାଗରାଜ, 18 ଜାନୁଆରି (ହି.ସ.)- ବିଶ୍ୱପ୍ରସିଦ୍ଧ ପ୍ରୟାଗରାଜ ମାଘ ମେଳାର ତୃତୀୟ ଗୁରୁତ୍ୱପୂର୍ଣ୍ଣ ସ୍ନାନ
ପର୍ବ ମୌନୀ ଅମାବାସ୍ୟା ଶୁଭ ମୁହୂର୍ତ୍ତରେ ମୌନ ବ୍ରତ ସହିତ ସ୍ନାନ ଆରମ୍ଭ ହୋଇଯାଇଛି। ସଙ୍ଗମ
ତଟରେ ପହଞ୍ଚୁଥିବା ସମସ୍ତ ସାତୋଟି ରାସ୍ତାରେ ଭକ୍ତମାନଙ୍କର ଭିଡ଼ ଜମିଛି। ସୁରକ୍ଷାକୁ ନଜରରେ
ରଖି ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଲଗାତାର ସିସିଟିଭି ମାଧ୍ୟମରେ ନଜର ରଖିଛନ୍ତି।
ମୌନୀ ଅମାବାସ୍ୟା ପର୍ବ ଅବସରରେ ପତିତପାବନୀ ମା ଗଙ୍ଗା, ଯମୁନା ଓ ଅନ୍ତଃସଳିଳା
ସରସ୍ୱତୀଙ୍କ ପବିତ୍ର ସଙ୍ଗମରେ ବ୍ରହ୍ମ ମୁହୂର୍ତ୍ତରୁ ଭକ୍ତମାନେ ମୌନ ବ୍ରତ ପାଳନ କରି ଆସ୍ଥାର
ସ୍ନାନ କରି ପୂଜା-ଅର୍ଚ୍ଚନା ମାଧ୍ୟମରେ ପୁଣ୍ୟ ଲାଭ କରୁଛନ୍ତି। ଭକ୍ତମାନଙ୍କ ଭିଡ଼କୁ ସଙ୍ଗମର
ସମସ୍ତ ଘାଟରୁ ସ୍ନାନ ପରେ ସ୍ଥାନାନ୍ତର କରିବା ପାଇଁ ଜଳ ପୁଲିସର ଯବାନ ଓ ପୁଲିସ ବିଭାଗର
ଅଧିକାରୀମାନେ ମାଇକ୍ ମାଧ୍ୟମରେ ଲଗାତାର ଅନୁରୋଧ କରୁଛନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ କଡା ବ୍ୟବସ୍ଥା
ଗ୍ରହଣ କରାଯାଇଛି।
ଏହି ପବିତ୍ର ଅବସରରେ ପ୍ରୟାଗରାଜ ପୁଲିସ ଆୟୁକ୍ତ ଯୋଗେନ୍ଦର କୁମାର ସିଂହ,
ମଣ୍ଡଳାୟୁକ୍ତ
ସୌମ୍ୟା ଅଗ୍ରୱାଲ, ଜିଲ୍ଲାଧିକାରୀ ପ୍ରୟାଗରାଜ ମନୀଷ କୁମାର ବର୍ମା,
ମାଘ
ମେଳା ପୁଲିସ ଅଧୀକ୍ଷକ ନୀରଜ କୁମାର ପାଣ୍ଡେୟ ସହ ସମସ୍ତ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ
ସିସିଟିଭି ମାଧ୍ୟମରେ ଲଗାତାର ନଜର ରଖୁଛନ୍ତି ଏବଂ ପୁଲିସ କର୍ମଚାରୀମାନଙ୍କୁ ଦିଗନିର୍ଦ୍ଦେଶ
ଦେଉଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା