
ପ୍ରୟାଗରାଜ, 18 ଜାନୁଆରି (ହି.ସ.)- ଗଙ୍ଗା, ଯମୁନା ଏବଂ ପୌରାଣିକ ସରସ୍ୱତୀ ନଦୀର
ସଙ୍ଗମସ୍ଥଳରେ ମୌନୀ ଅମାବାସ୍ୟାର ପବିତ୍ର ସ୍ନାନ ଆରମ୍ଭ ହୋଇଛି। ସଙ୍ଗମ ତଟରେ କଳ୍ପବାସ
କରୁଥିବା ଲୋକମାନେ ରାତି ୧୨ଟାରୁ ପବିତ୍ର ସ୍ନାନ
ପାଇଁ ପହଞ୍ଚିଯାଇଥିଲେ। କଳ୍ପବାସ ହେଉଛି ମାଘ ମାସରେ (ପୌଷ ପୂର୍ଣ୍ଣିମାରୁ ମାଘୀ ପୂର୍ଣ୍ଣିମା
ପର୍ଯ୍ୟନ୍ତ) ସଙ୍ଗମ ତଟରେ ଏକ ମାସ ଧରି କରାଯାଉଥିବା ଏକ କଠିନ ସାଧନା। ଏହି ସମୟରେ
ଶ୍ରଦ୍ଧାଳୁମାନେ ସାଂସାରିକ ମୋହ ତ୍ୟାଗ କରି ସଙ୍ଗମ ତଟରେ ରହି ତପ,
ଜପ,
ଭଜନ ଓ
ସତ୍ସଙ୍ଗ କରନ୍ତି। ଏଥିରେ ଭୂମି ଶୟନ, ଏକ ସମୟରେ ଭୋଜନ ଏବଂ କଠୋର ଶିଷ୍ଟାଚାରର
ପାଳନ କରାଯାଏ। ସଙ୍ଗମ ଚାରିପଟେ ସ୍ନାନାର୍ଥୀମାନେ “ହର-ହର ଗଙ୍ଗେ”ର ଉଚ୍ଚାରଣ କରୁଛନ୍ତି।
ପ୍ରୟାଗରାଜର ଜିଲ୍ଲାଧିକାରୀ ମନୀଷ କୁମାର ବର୍ମା କହିଛନ୍ତି ଯେ ମୌନୀ ଅମାବାସ୍ୟାର ସ୍ନାନ
ରାତି ୧୨ଟାରୁ ଆରମ୍ଭ ହୋଇଛି ଏବଂ ବହୁ ସଂଖ୍ୟାରେ ଲୋକ ଏହା ପୂର୍ବରୁ ହିଁ ସ୍ନାନ
କରିସାରିଛନ୍ତି। ଗତକାଲି ପ୍ରାୟ ଡେଢ଼ କୋଟି ଶ୍ରଦ୍ଧାଳୁ ସ୍ନାନ କରିଥିଲେ। ପୁଲିସ କମିଶନର
ଯୋଗେନ୍ଦ୍ର କୁମାର କହିଛନ୍ତି ଯେ ମୌନୀ ଅମାବାସ୍ୟା ସ୍ନାନ ପର୍ବ ଅବସରରେ ସୁରକ୍ଷା ସମ୍ବନ୍ଧୀୟ
ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଆଜି ପ୍ରାୟ ସାଢ଼େ ତିନି କୋଟି ଶ୍ରଦ୍ଧାଳୁ ସଙ୍ଗମରେ ସ୍ନାନ କରିବେ ବୋଲି ଅନୁମାନ
କରାଯାଇଛି। ସୁରକ୍ଷା ଦୃଷ୍ଟିକୋଣରୁ ମେଳା ପୁଲିସ ସମଗ୍ର ସଙ୍ଗମ ଅଞ୍ଚଳରେ ଜଳ,
ସ୍ଥଳ
ଓ ଆକାଶ ମାଧ୍ୟମରେ ନଜର ରଖିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା