ଜୋନାଲ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ଶ୍ରେଷ୍ଠ କିଶୋରୀ ବୈଜ୍ଞାନିକ ପୁରସ୍କାର ପାଇଲେ ଦିବ୍ୟା
ମାଲକାନଗିରି, ୧୮ ଜାନୁଆରୀ (ହି.ସ.)- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଳକ ଆର୍.ଏସ୍.ସି. ୬ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସପ୍ତମ ଶେଣୀର ଦିବ୍ୟା ଭାରତୀ ପାଙ୍ଗି ନାମକ ଆଦିବାସୀ ଛାତ୍ରୀ କୋଲକାତା ଠାରେ ଅନୁଷ୍ଠିତ ଜୋନାଲ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ଶ୍ରେଷ୍ଠ କିଶୋରୀ ବୈଜ୍ଞାନିକ ପୁ
ଜୋନାଲ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ଶ୍ରେଷ୍ଠ କିଶୋରୀ ବୈଜ୍ଞାନିକ ପୁରସ୍କାର ପାଇଲେ


ଜୋନାଲ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ଶ୍ରେଷ୍ଠ କିଶୋରୀ ବୈଜ୍ଞାନିକ ପୁରସ୍କାର ପାଇଲେ


ମାଲକାନଗିରି, ୧୮ ଜାନୁଆରୀ (ହି.ସ.)- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଳକ ଆର୍.ଏସ୍.ସି. ୬ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସପ୍ତମ ଶେଣୀର ଦିବ୍ୟା ଭାରତୀ ପାଙ୍ଗି ନାମକ ଆଦିବାସୀ ଛାତ୍ରୀ କୋଲକାତା ଠାରେ ଅନୁଷ୍ଠିତ ଜୋନାଲ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ଶ୍ରେଷ୍ଠ କିଶୋରୀ ବୈଜ୍ଞାନିକ ପୁରସ୍କାର ଏବଂ ସ୍ୱତନ୍ତ୍ର ନବସୃଜନ ପୁରସ୍କାର ପାଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।

ତାଙ୍କର ମ୍ୟାଜିକ୍ ଷ୍ଟିକ୍ ପ୍ରକଳ୍ପକୁ ନେଇ ଜୋନାଲ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ, କୋଲକାତାରେ ଭାଗନେଇ ଶ୍ରେଷ୍ଠ କିଶୋରୀ ବୈଜ୍ଞାନିକ ପୁରସ୍କାର ଏବଂ ସ୍ଵତନ୍ତ୍ର ନବସୃଜନ ପ୍ରକଳ୍ପ ପୁରସ୍କାର ଜିତିଛି। ଦିବ୍ୟାଭାରତୀ ଏହି ପ୍ରକଳ୍ପକୁ ପ୍ରଥମେ ସ୍କୁଲ ସ୍ତରୀୟ ବିଜ୍ଞାନ ମେଳାରେ ଭାଗନେଇ ପରେ ବ୍ଲକ ସ୍ତରରେ ଓ ପରେ ରାଜ୍ୟ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀରେ କୃତକାର୍ଯ୍ୟ ହୋଇଥିଲେ। ପରେ ଜାନୁଆରୀ୧୩ରୁ ୧୬ ତାରିଖ ଇଷ୍ଟର୍ଣ୍ଣ ଇଣ୍ଡିଆ ସାଇନ୍ସ ଫେୟାର୍ ରେ ଭାଗ ନେଇଥିଲେ। ୪ ଦିନ ଧରି ଚାଲିଥିବା ଏହି ପ୍ରଦର୍ଶନୀରେ କୋଲକାତା, ବିହାର, ଝାଡଖଣ୍ଡ, ଓଡିଶା, ଆଣ୍ଡମାନ ଓ ନିକୋବରରୁ ପ୍ରତିଯୋଗୀମାନେ ଭାଗ ନେଇଥିଲେ। ଏଥିରେ ଦିବ୍ୟା ତାଙ୍କର ପ୍ରକଳ୍ପ ଯାହାକି ଥିଲା କୃଷକ ମାନେ କୃଷିକ୍ଷେତ୍ରକୁ ଗଲେ ସାପ, ବିଷାକ୍ତ କୀଟପତଙ୍କର କାମୁଡ଼ିବାର ଭୟକୁ ଆଖିରେ ରଖି ଏକ ବାଡ଼ିକୁ ନେଇ କ୍ଷେତକୁ ଯାଇଥାନ୍ତି, ସେଇ ବାଡ଼ିକୁ କିଛି ଉନ୍ନତି ଜ୍ଞାନ କୌଶଳୀ ବ୍ୟବହାର କରି ଭାଇବ୍ରେସନ୍ ଦ୍ଵାରା ସରୀସୃପ ୫ ରୁ ୬ ମିଟର ଦୂରରୁ ସତର୍କ କରିବା ଠୁ ଆରମ୍ଭ କରି ଏଥିରେ ଆଲୋକର ସମସ୍ଯା ପାଇଁ ଟର୍ଚ୍ଚ ଲାଇଟ୍, ବିପଦଜନକ ପରିସ୍ଥିତିରେ ଏହା ସାଇରନ ସହିତ ନିଜର ଆତ୍ମୀୟ , ଆମ୍ବୁଲାନ୍ସ ଚାଳକଙ୍କ ପାଖକୁ ମେସେଜ ପଠାଇବ। କୃଷକର ସ୍ୱାସ୍ଥ୍ୟ ପାଇଁ ଔଷଧର ବ୍ୟବସ୍ଥା କରାଯାଇଥିବା ସ୍ଥଳେ, ଖାଲି ସମୟରେ କ୍ଷେତକୁ ଜଗିବା ପାଇଁ ପାଳଭୂତର ବ୍ୟବସ୍ଥା କରାଯାଇଛି । ଖରା ଓ ବର୍ଷାରୁ ରକ୍ଷା ପାଇବା ପାଇଁ ଛତାର ବ୍ୟବସ୍ଥା ଓ ମହିଳା କୃଷକ ମାନେ ତାଙ୍କର ଶିଶୁଙ୍କୁ ସ୍ତନ୍ୟପାନ କରେଇବାକୁ ଏକ ମାତୃତ୍ୱ ଗୃହର ବ୍ୟବସ୍ଥା କରାଯାଇଛି । ହଜିଗଲେ ଏହାକୁ ପାଇବାକୁ ଜି.ପି.ଏସ୍. ର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ପ୍ରକଳ୍ପକୁ ପୂର୍ବରୁ ରାଜ୍ୟ ସ୍ତରୀୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରସଂଶା କରିଥିବା ବେଳେ, ଏବେ ଏହି ପ୍ରକଳ୍ପ ଜୋନାଲ ସ୍ତରରେ ମଧ୍ୟ ଚର୍ଚ୍ଚାର ବିଷୟ ହେଇଛି । ସୂଚନାଥାଉକି, ଗତବର୍ଷ ସେଇ ସ୍କୁଲରୁ ଆଉ ଜଣେ ଝିଅ ଲଳିତା ଖିଲ ନିଜର ନିରାପଦ ଡଙ୍ଗା ପ୍ରକଳ୍ପକୁ ଜାତୀୟ ସ୍ତରରେ ଚମକେଇ ଥିବା ବେଳେ ଏବେ ଏହି କୁନି ଝିଅ ଦିବ୍ୟା । ଏହି ସଫଳତା ପଛରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦେବବ୍ରତ ଦାସ ପଟ୍ଟନାୟକଙ୍କ ଭୂମିକା ରହିଛି ବୋଲି ଛାତ୍ରୀ କହିଛନ୍ତି। ଏହି ସଫଳତା ପାଇଁ ଦିବ୍ୟା ତାଙ୍କ ପ୍ରଧାନ ଶିକ୍ଷକ ଡମ୍ବରୁଧର ଗୋଲରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ ଓ ନିଜର ପିତା ମାତାଙ୍କ ସହ ସମସ୍ତ ଶିକ୍ଷକଙ୍କୁ କୃତଜ୍ଞତା ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande