
ଭୁବନେଶ୍ୱର, 18 ଜାନୁଆରି (ହି.ସ.)- ବିଜେପି ସରକାରରେ ଗୋ ଚାଲାଣକାରୀଙ୍କ ସ୍ଥାନ ନାହିଁ । ଏନେଇ ମତ୍ସ୍ୟ ଓ
ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି । ୫ଟି ସ୍ଥାନରେ ଗୋ ମାଫିଆଙ୍କ
ଘରେ ଚଢ଼ାଉ ହୋଇଛି । ଗୋମାଂସ ଚାଲାଣକାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି କରାଯିବ । ଗୋମାଂସ
ଚାଲାଣକାରୀ ସୁଧୁରି ଯିବାକୁ ମନ୍ତ୍ରୀ ଚେତାବନୀ ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା