
ଭୁବନେଶ୍ୱର, 18 ଜାନୁଆରି (ହି.ସ.)- ବାଲି ମାଫିଆର ବାହାର ରାଜ୍ୟ ଲିଙ୍କ ଉପରେ ରେଡ କଲା ଇଡି । ଗଞ୍ଜାମର ବାଲି
ମାଫିଆଙ୍କ ଚେର ଲମ୍ବିଛି ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ଯାଏଁ। ଆଉ ଏଇ ଚେରକୁ ଖୋଜିବାକୁ ଏବେ ପଡ଼ୋଶୀ
ରାଜ୍ୟରେ ତଦନ୍ତ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।ଗଞ୍ଜାମରେ ଦୀର୍ଘ ବର୍ଷ ଧରି ବେଆଇନ ବାଲି କାରବାର ଚଲାଉଥିବା ମାଷ୍ଟର ମାଇଣ୍ଡ କୃପାସିନ୍ଧୁ
ମୁଦୁଲିର ଚେର କେଉଁ ଯାଏଁ ଲମ୍ବିଛି ତାର ସନ୍ଧାନ ପାଇଁ ଲାଗିଛି ଇଡି। ଏନେଇ ୬ ରାଜ୍ୟକୁ ଯାଇ
ତଦନ୍ତ ଆରମ୍ଭ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା