ଏଣିକି ଲଦାଖର ଉପରାଜ୍ୟପାଳ ୧୦୦ କୋଟି ପର୍ଯ୍ୟନ୍ତ ମୂଲ୍ୟର ପ୍ରକଳ୍ପକୁ ଅନୁମୋଦନ କରିପାରିବେ
ଜମ୍ମୁ, ୨ ଜାନୁଆରୀ (ହି.ସ.)- କେନ୍ଦ୍ର ସରକାର ଲଦାଖର ଉପରାଜ୍ୟପାଳଙ୍କ ଆର୍ôଥକ କ୍ଷମତାକୁ ପୁନଃସ୍ଥାପିତ କରିଛନ୍ତି । ଲଦାଖର ଉପରାଜ୍ୟପାଳ ଏଣିକି ୧୦୦ କୋଟି ପର୍ଯ୍ୟନ୍ତ ମୂଲ୍ୟର ପ୍ରକଳ୍ପର ମୂଲ୍ୟାଙ୍କନ ଏବଂ ଅନୁମୋଦନ ପାଇଁ ତାଙ୍କ ଅଧିକାର ବ୍ୟବହାର କରିପାରିବେ । ଅର୍ଥ ମନ୍ତ୍ରଣାଳୟ ଲଦାଖ, ଆଣ୍ଡାମା
ଏଣିକି ଲଦାଖର ଉପରାଜ୍ୟପାଳ ୧୦୦ କୋଟି ପର୍ଯ୍ୟନ୍ତ ମୂଲ୍ୟର ପ୍ରକଳ୍ପକୁ ଅନୁମୋଦନ କରିପାରିବେ


ଜମ୍ମୁ, ୨ ଜାନୁଆରୀ (ହି.ସ.)- କେନ୍ଦ୍ର ସରକାର ଲଦାଖର ଉପରାଜ୍ୟପାଳଙ୍କ ଆର୍ôଥକ କ୍ଷମତାକୁ ପୁନଃସ୍ଥାପିତ କରିଛନ୍ତି । ଲଦାଖର ଉପରାଜ୍ୟପାଳ ଏଣିକି ୧୦୦ କୋଟି ପର୍ଯ୍ୟନ୍ତ ମୂଲ୍ୟର ପ୍ରକଳ୍ପର ମୂଲ୍ୟାଙ୍କନ ଏବଂ ଅନୁମୋଦନ ପାଇଁ ତାଙ୍କ ଅଧିକାର ବ୍ୟବହାର କରିପାରିବେ ।

ଅର୍ଥ ମନ୍ତ୍ରଣାଳୟ ଲଦାଖ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଚଣ୍ଡିଗଡ଼, ଦାଦ୍ରା ଏବଂ ନଗର ହାବେଳୀ, ଦାମନ ଏବଂ ଦିଉ ଏବଂ ଲକ୍ଷଦ୍ୱୀପର ପ୍ରଶାସକ ଏବଂ ଉପରାଜ୍ୟପାଳ ମାନଙ୍କୁ ୧୦୦ କୋଟି ପର୍ଯ୍ୟନ୍ତ ମୂଲ୍ୟର ପ୍ରକଳ୍ପର ମୂଲ୍ୟାଙ୍କନ ଏବଂ ଅନୁମୋଦନ ପାଇଁ ଅଧିକାର ପ୍ରଦାନ କରିଛି । ମନ୍ତ୍ରଣାଳୟ ଅନୁଯାୟୀ, ଏହି କ୍ଷମତା ଡେଲିଗେସନ୍ ଅଫ୍ ଫାଇନାନ୍ସିଆଲ୍ ପାୱାର୍ସ ରୁଲ୍ସ (ଡିଏଫପିଆର), ୨୦୨୪ ଅନୁଯାୟୀ ଉପରାଜ୍ୟପାଳ ଏବଂ ପ୍ରଶାସକଙ୍କୁ ପ୍ରଦାନ କରାଯାଇଛି । ମନ୍ତ୍ରଣାଳୟ କହିଛି ଯେ, ଏହି କ୍ଷମତାଗୁଡ଼ିକ ଉପରାଜ୍ୟପାଳ/ପ୍ରଶାସକଙ୍କ ଦ୍ୱାରା ସମ୍ପୃକ୍ତ କେନ୍ଦ୍ର ଶାସିତ ପ୍ରଦେଶର ସଚିବ (ଅର୍ଥ) କିମ୍ବା ଆର୍ôଥକ ପରାମର୍ଶଦାତାଙ୍କ ସହ ପରାମର୍ଶ କରି ଏବଂ ପର୍ଯ୍ୟାପ୍ତ ବଜେଟ୍ ବ୍ୟବସ୍ଥା ଉପଲବ୍ଧ ହେବା ପରେ ବ୍ୟବହାର କରାଯିବ । ଅର୍ଥ ମନ୍ତ୍ରଣାଳୟ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ପ୍ରତ୍ୟର୍ପଣ କ୍ଷମତା ପୁନଃ ପ୍ରଦାନ କରାଯାଇପାରିବ ନାହିଁ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande