ମଧ୍ୟପ୍ରଦେଶର ଇନ୍ଦୋରରେ ଦୂଷିତ ପାଣି ପିଇବା ଯୋଗୁଁ ମୃତ୍ୟୁ ସଂଖ୍ୟା୧୫କୁ ବୃଦ୍ଧି : ସରକାରଙ୍କୁ ସମାଲୋଚନା କରି ରାହୁଲ ଗାନ୍ଧୀ କହିଲେ, ସହରରେ ବିଷ ବଂଟନ କରାଯାଇଛି
ଇନ୍ଦୋର, ୨ ଜାନୁଆରୀ (ହି.ସ.)- ମଧ୍ୟପ୍ରଦେଶର ଇନ୍ଦୋରର ଭାଗୀରଥପୁରାରେ ଦୂଷିତ ପାଣି ପିଇ ପ୍ରାଣ ହରାଇବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ଆଜି ଆଉ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧିନ ଅବସ୍ଥାରେ ଜଣେ ୬୮ ବର୍ଷୀୟା ମହିଳା ପ୍ରାଣ ହରାଇଛନ୍ତି । ଶୁକ୍ରବାର ଦିନ, ରାଜ୍ୟ ସରକ
ମଧ୍ୟପ୍ରଦେଶର ଇନ୍ଦୋରରେ ଦୂଷିତ ପାଣି ପିଇବା ଯୋଗୁଁ ମୃତ୍ୟୁ ସଂଖ୍ୟା୧୫କୁ ବୃଦ୍ଧି


ଇନ୍ଦୋର, ୨ ଜାନୁଆରୀ (ହି.ସ.)- ମଧ୍ୟପ୍ରଦେଶର ଇନ୍ଦୋରର ଭାଗୀରଥପୁରାରେ ଦୂଷିତ ପାଣି ପିଇ ପ୍ରାଣ ହରାଇବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ଆଜି ଆଉ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧିନ ଅବସ୍ଥାରେ ଜଣେ ୬୮ ବର୍ଷୀୟା ମହିଳା ପ୍ରାଣ ହରାଇଛନ୍ତି ।

ଶୁକ୍ରବାର ଦିନ, ରାଜ୍ୟ ସରକାର ଏହି ମାମଲାରେ ହାଇକୋର୍ଟରେ ତାଙ୍କର ସ୍ଥିତି ରିପୋର୍ଟ ଦାଖଲ କରିଛନ୍ତି । ସ୍ଥିତି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଦୂଷିତ ପାଣି ଯୋଗୁଁ ଏପର୍ଯ୍ୟନ୍ତ କେବଳ ଚାରି ଜଣଙ୍କ ମୃତ୍ୟୁ ଘଟିଛି । ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଜାନୁଆରୀ ୬ ତାରିଖକୁ ପରବର୍ତୀ ଶୁଣାଣି ତାରିଖ ଧାର୍ଯ୍ୟ କରିଛନ୍ତି । ଏହି ସମୟରେ, ଏହି ପ୍ରସଙ୍ଗକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, ଇନ୍ଦୋରରେ ପାଣି ନୁହେଁ, ବିଷ ବଂଟନ କରାଯାଇଛି । ଏହି ସମୟରେ, ଉମା ଭାରତୀ କହିଛନ୍ତି ଯେ, ଏହି ପାପର ପ୍ରାୟଶ୍ଚିତ କରିବାକୁ ପଡିବ ।

ଇନ୍ଦୋରର ଭାଗୀରଥପୁରାରେ ଯୋଗାଣ ହୋଇଥିବା ଦୂଷିତ ପାଣି ପିଇବା ପରେ ଅସୁସ୍ଥ ହୋଇଥିବା ୬୮ ବର୍ଷୀୟା ଗୀତାବାଇଙ୍କୁ ଡିସେମ୍ବର ୨୪ ତାରିଖରେ ଏମୱାଇ ହସ୍ପିଟାଲରେ ଭର୍ତି କରାଯାଇଥିଲା ଏବଂ ଶୁକ୍ରବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା । ସହରରେ ଦୂଷିତ ପାଣି ଯୋଗୁଁ ଏହା ୧୫ତମ ମୃତ୍ୟୁ । ମୃତକଙ୍କ ସ୍ୱାମୀ ରାଜୁ କହିଛନ୍ତି ଯେ, ଯେତେବେଳେ ଲୋକମାନେ ଦୂଷିତ ପାଣି ପିଇବା ଯୋଗୁଁ ଅସୁସ୍ଥ ହେବାକୁ ଲାଗିଲେ, ସେତେବେଳେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ସେମାନଙ୍କ ଘରେ ପହଂଚିଲା । ଗୀତାବାଇ, ତାଙ୍କ ପୁଅ ଏବଂ ଭଣଜା ବାନ୍ତି ଏବଂ ଝାଡ଼ାରେ ପୀଡିତ ଥିବା ଜଣାପଡ଼ିଲା । ସେମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଚିକିତ୍ସା ସମୟରେ ଗୀତାବାଇଙ୍କ ମୃତ୍ୟୁ ହୋଇଥିଲା । ଗୀତାବାଇ ମଧ୍ୟ ଲଗାତାର ବାନ୍ତି ଏବଂ ଝାଡ଼ାରେ ପୀଡିତ ଥିଲେ । କୌଣସି ଔଷଧ ତାଙ୍କ ଉପରେ କୌଣସି ପ୍ରଭାବ ପକାଇ ନଥିଲା, ତେଣୁ ତାଙ୍କୁ ଭେଂଟିଲେଟରରେ ରଖାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande