ସମାଜ ସୁଧାରକ ମନ୍ମଥୁ ପଦ୍ମନାଭନଙ୍କ ସ୍ମରଣ କଲେ ପିଏମ ମୋଦି
ନୂଆଦିଲ୍ଲୀ, 02 ଜାନୁଆରି (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେରଳର ମହାନ ସମାଜ ସୁଧାରକ ମନ୍ନଥୁ ପଦ୍ମନାଭନଙ୍କ ୪୮ତମ ଜୟନ୍ତୀ ଅବସରରେ ତାଙ୍କୁ ପୁଣ୍ୟ ସ୍ମରଣ କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କର ଆଦର୍ଶ ନ୍ୟାୟସମ୍ମତ, କରୁଣାମୟ ଓ ସଦ୍ଭାବପୂର୍ଣ୍ଣ ସମାଜର ସନ୍ଦେଶ
ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟ


ନୂଆଦିଲ୍ଲୀ, 02 ଜାନୁଆରି (ହି.ସ.)- ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି ଆଜି କେରଳର ମହାନ ସମାଜ ସୁଧାରକ ମନ୍ନଥୁ ପଦ୍ମନାଭନଙ୍କ ୪୮ତମ ଜୟନ୍ତୀ ଅବସରରେ

ତାଙ୍କୁ ପୁଣ୍ୟ ସ୍ମରଣ କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କର ଆଦର୍ଶ ନ୍ୟାୟସମ୍ମତ, କରୁଣାମୟ ଓ ସଦ୍ଭାବପୂର୍ଣ୍ଣ ସମାଜର ସନ୍ଦେଶ ଦେଇଥାଏ। ତାଙ୍କର ଆଦର୍ଶ

ଆମ ସମସ୍ତଙ୍କୁ ସର୍ବଦା ମାର୍ଗଦର୍ଶନ କରୁଥିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ମୋଦି ‘ଏକ୍ସ’ ରେ ଲେଖିଛନ୍ତି,“ମନ୍ନଥୁ ପଦ୍ମନାଭନଙ୍କ ଜୟନ୍ତୀ ଅବସରରେ ଆଜି ଆମେ ତାଙ୍କୁ ଗଭୀର ଶ୍ରଦ୍ଧା ସହିତ ସ୍ମରଣ

କରୁଛୁ। ତାଙ୍କର ସମଗ୍ର ଜୀବନ ସମାଜ ସେବା ପାଇଁ ଉତ୍ସର୍ଗିତ ଥିଲା। ସେ ଏକ ଦୂରଦର୍ଶୀ ବ୍ୟକ୍ତି

ଥିଲେ। ସତ୍ୟ ପ୍ରଗତି ମର୍ଯ୍ୟାଦା, ସମତା ଓ ସାମାଜିକ ସୁଧାରରେ ନିହିତ ବୋଲି ସେ ବିଶ୍ୱାସ କରୁଥିଲେ।

ସ୍ୱାସ୍ଥ୍ୟ, ଶିକ୍ଷା

ଓ ମହିଳା ସଶକ୍ତିକରଣ ପରି କ୍ଷେତ୍ରରେ ତାଙ୍କର ପ୍ରୟାସ ଅତ୍ୟନ୍ତ ପ୍ରେରଣାଦାୟକ। ତାଙ୍କର ଆଦର୍ଶ

ଆମକୁ ଏମିତି ଗୋଟିଏ ସମାଜର ସନ୍ଦେଶ ଦେଇଥାଏ, ଯାହା ନ୍ୟାୟସମ୍ମତ, କରୁଣାମୟ ଓ ସଦ୍ଭାବପୂର୍ଣ୍ଣ।”

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande