
ନୂଆଦିଲ୍ଲୀ, 02 ଜାନୁଆରି (ହି.ସ.)- ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ମହାଭାରତର ଏକ ଶ୍ଲୋକରୁ ପ୍ରେରଣା ନେଇ ଦୃଢ଼ ସଂକଳ୍ପ ସହ ଆଗେ
ବଢ଼ିବାକୁ ଆହ୍ୱାନ ଦେଇଛନ୍ତି। ସେ ପ୍ରତ୍ୟେକ ପ୍ରୟାସରେ ସଫଳତା ମିଳୁ ବୋଲି କାମନା କରିଛନ୍ତି।
ନୂଆ ବର୍ଷରେ ସଂକଳ୍ପ ସିଦ୍ଧି ହେଉ ବୋଲି ସେ ଇଚ୍ଛା ପ୍ରକାଶ କରିଛନ୍ତି।
ସେ ଆଜି ସକାଳେ ‘ଏକ୍ସ’ ରେ ଲେଖିଛନ୍ତି,“ମୋର କାମନା ଯେ, ଆସନ୍ତା ସମୟରେ ଆପଣମାନେ ଆପଣଙ୍କ ପ୍ରତ୍ୟେକ ପ୍ରୟାସରେ ସଫଳତା ଲାଭ କରନ୍ତୁ। ଦୃଢ଼ ସଂକଳ୍ପ
ଓ ଇଚ୍ଛାଶକ୍ତି ସହ ନୂଆ ବର୍ଷରେ ଆପଣଙ୍କ ସଂକଳ୍ପ ସିଦ୍ଧି ହେଉ।”
ପ୍ରଧାନମନ୍ତ୍ରୀ ମୋଦି ଏହି
ପୋଷ୍ଟ ସହ
“ଉତ୍ଥାତବ୍ୟଂ
ଜାଗୃତବ୍ୟଂ ଯୋକ୍ତବ୍ୟଂ ଭୂତିକର୍ମସୁ।
ଭବିଷ୍ୟତୀତ୍ୟେବ ମନଃ କୃତ୍ୱା
ସତତମବ୍ୟଥୈଃ।।”
ଏହି ଶ୍ଲୋକକୁ ମଧ୍ୟ
ଉଦ୍ଧୃତ କରିଛନ୍ତି।
ଏହି ଶ୍ଲୋକ ମହାଭାରତର
ଉଦ୍ୟୋଗ ପର୍ବ (135/29)ରୁ ନିଆଯାଇଛି। ଏହାର ଅର୍ଥ —
“ଉଠିବା
ଉଚିତ,
ସଚେତନ ରହିବା ଉଚିତ ଏବଂ କଲ୍ୟାଣକାରୀ କାର୍ଯ୍ୟରେ ନିଜକୁ ନିୟୋଜିତ
କରିବା ଉଚିତ। ‘ମୋର
କାର୍ଯ୍ୟ ନିଶ୍ଚୟ ସଫଳ ହେବ’ — ଏପରି ଦୃଢ଼ ନିଶ୍ଚୟ ମନରେ ରଖି, ସଦା ଚିନ୍ତା ଓ ବିଷାଦରୁ ମୁକ୍ତ ରହି କର୍ମ କରିବା ଉଚିତ।”
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା