୧୪୦ଟି ଜ୍ଞାସ ସିଲିଣ୍ଡର ଉଦ୍ଧାର, ୫ ଗିରଫ
ଜୟପୁର, ୩ ଜାନୁଆରୀ (ହି.ସ.)- କୋରାପୁଟ ଜିଲ୍ଲା ବିସିଂହପୁର ଥାନା କୁମୁଲି ଏଚପି ଗ୍ୟାସ ଗୋଦାମରୁ ୧୪୦ଟି ଗ୍ୟାସ ସିଲିଣ୍ଡର ଚୋରି ମାମଲାରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବିସିଂହ ପୁର ପୋଲିସ। ଗିରଫ ୫ ଜଣଙ୍କ ମଧ୍ୟରୁ ୪ ଜଣ ପାପଡାହାଣ୍ଡିର ଏବଂ ଜଣେ ବୋରିଗୁମ୍ମା ଥାନା ଅନ୍ତର୍ଗତ ପୁରୁଣା ବୋରିଗ
୧୪୦ଟି ଜ୍ଞାସସିଲିଣ୍ଡର ଉଦ୍ଧାର,୫ ଗିରଫ


ଜୟପୁର, ୩ ଜାନୁଆରୀ (ହି.ସ.)- କୋରାପୁଟ ଜିଲ୍ଲା ବିସିଂହପୁର ଥାନା କୁମୁଲି ଏଚପି ଗ୍ୟାସ ଗୋଦାମରୁ ୧୪୦ଟି ଗ୍ୟାସ ସିଲିଣ୍ଡର ଚୋରି ମାମଲାରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବିସିଂହ ପୁର ପୋଲିସ। ଗିରଫ ୫ ଜଣଙ୍କ ମଧ୍ୟରୁ ୪ ଜଣ ପାପଡାହାଣ୍ଡିର ଏବଂ ଜଣେ ବୋରିଗୁମ୍ମା ଥାନା ଅନ୍ତର୍ଗତ ପୁରୁଣା ବୋରିଗୁମ୍ମା ଅଞ୍ଚଳର ବୋଲି ଜଣାପଡ଼ିଛି। ଗତ ମାସ ୫ ତାରିଖ ରାତିରେ କୁମୁଲି ଖଙ୍ଗାର ଗୁଡା ନିକଟରେ ଥିବା ଗ୍ୟାସ ଏଜେନସି ମାଲିକ ସନ୍ତୋଷ ମହାପାତ୍ରଙ୍କ ଗୋଦାମ ଗ୍ରୀଲ ଭାଙ୍ଗି ୧୪୦ଟି ଗ୍ୟାସ ସିଲିଣ୍ଡର ଚୋରି ହୋଇଥିଲା। ୬ ତାରିଖ ଦିନ ଏନେଇ ସନ୍ତୋଷ ମହାପାତ୍ର ବିସିଂହ ପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ସାଇବର ସେଲ ର ସହାୟତାରେ ତଦନ୍ତ ଆରମ୍ଭ କରିଥିଲା। ଶେଷରେ ସମସ୍ତ ଚୋରି ଗ୍ୟାସ ସିଲିଣ୍ଡର ପାପଡାହାଣ୍ଡିରୁ ଜବତ କରିଥିଲା ପୋଲିସ। ଚୋରି ସିଲିଣ୍ଡର ନେବା ପାଇଁ ବ୍ୟବହାର ହୋଇଥିବା ଦୁଇଟି ଗାଡିକୁ ମଧ୍ୟ ପୋଲିସ ଜବତ କରିଛି। ଏମାନେ ନିଜ ନିଜ ଅଂଚଳର ଗ୍ୟାସ ଏଜେନ୍ସିରେ କାମ କରି, ଯୋଜନା କରି ଚୋରି କରିଥିଲେ ଆଉ ଏହି ଚୋରି ମାମଲା ଆହୁରି କିଛି ଅଭିଯୁକ୍ତ ସାମିଲ ଅଛନ୍ତି ସେମାନଙ୍କୁ ମଧ୍ୟ ଅତି ଶୀଘ୍ର ଗିରଫ କରାଯିବ ବୋଲି ଏକ ପ୍ରେସ ମିଟ ରେ ବୋରିଗୁମ୍ମା ଏସଡିପିଓ ସତ୍ୟବ୍ରତ ଲେଙ୍କା ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande