
ଭୁବନେଶ୍ୱର, ୦୩ ଜାନୁୟାରୀ (ହି.ସ)- ଜାତୀୟ ସଡ଼କ ସୁରକ୍ଷା ମାସ ଅବସରରେ ରାଜ୍ୟସ୍ତରୀୟ ଉତ୍ସବର ଶୁଭ ଉଦ୍ଘାଟନ ଅବସରରେ ଶନିବାର ' ଆମ ବସ ଇ-ଟିକେଟ' ବୁକିଂ ସୁବିଧାର ଶୁଭାରମ୍ଭ ହୋଇଛି। ଇ-ଟିକେଟ ବୁକିଂ ଦ୍ୱାରା ଯାତ୍ରୀମାନେ ପୂର୍ବରୁ ନିଜ ଗନ୍ତବ୍ୟ ସ୍ଥଳ ପାଇଁ ଆଗରୁ ଟିକେଟ ବୁକିଂ କରିବା ସହ ବିଶେଷ ଉପକୃତ ହେବେ । ଏହି ଅବସରରେ ଆଜି ମହିଳାମାନଙ୍କୁ ଆତ୍ମନିର୍ଭର କରିବାପାଇଁ ଆମ ସୁବାହକ ଯୋଜନା ମାଧ୍ୟମରେ ଆତ୍ମନିର୍ଭର ମହିଳା ସୁବାହକଙ୍କୁ କାର ଚାବି ଏବଂ 'ସୁବାହକ ସୁବିଧା' ଯୋଜନାର ଶୁଭାରମ୍ଭ କରାଯାଇ ସୁବାହକ ସୁବିଧା କିଟ୍ ପ୍ରଦାନ ସହ କାରଗୁଡିକୁ ଫ୍ଲାଗ ଅଫ କରାଯାଇଛି। ଆଇନ ତଥା ପୂର୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ୍ସରେ ଏହି ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଆମ ସୁବାହକ ଏକ ପରିବର୍ତ୍ତନକାରୀ ସଶକ୍ତିକରଣ-ସଂଯୁକ୍ତ ଜୀବିକା ପ୍ରଦାନ ନିମନ୍ତେ ପଦକ୍ଷେପ ଯାହାର ଲକ୍ଷ୍ୟ ଡ୍ରାଇଭିଂ ବୃତ୍ତିରେ ଲିଙ୍ଗଗତ ସନ୍ତୁଳନ ଆଣିବା, ମହିଳା ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଏବଂ ରାଜ୍ୟରେ ସୁରକ୍ଷିତ, ମର୍ଯ୍ୟାଦାପୂର୍ଣ୍ଣ ଗମନାଗମନ ସୁନିଶ୍ଚିତ କରିବା। ଆମ ସୁବାହକ କେବଳ ମହିଳାମାନଙ୍କ ପାଇଁ ଆର୍ôଥକ ସ୍ୱାଧୀନତା ସୁନିଶ୍ଚିତ କରିବ ନାହିଁ ବରଂ ଦକ୍ଷ ମହିଳା ଡ୍ରାଇଭରମାନଙ୍କର ଏକ ନୂତନ କ୍ୟାଡର ମଧ୍ୟ ଗଠନ କରିବ, ଯାହା ସମଗ୍ର ଓଡ଼ିଶାରେ ସୁରକ୍ଷିତ ଗମନାଗମନ ସହ ଆର୍ôଥକ ଅବିବୃଦ୍ଧିରେ ସହାୟକ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା