
କେନ୍ଦୁଝର, ୩ ଜାନୁଆରୀ (ହି.ସ.)- କେନ୍ଦୁଝର ଜିଲ୍ଲା ଅନୁସୂଚିତ ଜାତି ଓ ଅନୁସୂଚୀତ ଜନଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ବକ୍ସିବାରିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସହିତ ହରିଚନ୍ଦନପୁର ବ୍ଲକ ବିଡିଓ ମଳୟ କୁମାର ନାଏକଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି ।ସଂନ୍ଧ୍ଯାକାଳୀନ ସଭାକାର୍ଯ୍ୟରେ ଆଦିବାସୀ ଉନ୍ନୟନ ସଂସ୍ଥାର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ରବୀନ୍ଦ୍ରନାଥ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ସ୍ବତନ୍ତ୍ର ଅତିଥି ହିମାଂଶୁ ଶେଖର ପଣ୍ଡା ଓ ସାଂସଦ ପ୍ରତିନିଧି ଅଶୋକ କୁମାର ବେହେରା, ମୁଖ୍ଯବକ୍ତା ଅଧ୍ୟାପକ ଅମୀୟ ସାମନ୍ତରା, ସମ୍ମାନିତ ଅତିଥି ହରିଚନ୍ଦନପୁର ବ୍ଲକ ସଂପ୍ରସାରଣ ଅଧିକାରୀ ସୁଶାନ୍ତ କୁମାର ସାହୁ, ଏବିଇଓ ସତ୍ୟବ୍ରତ ରାଉତ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଦୀନବନ୍ଧୁ ନାଏକ, ପ୍ରଧାନଶିକ୍ଷକ ତଥା ଆବାହକ ଶ୍ରୀଯୁକ୍ତ ଅନନ୍ତ ଚରଣ ମାହାଲା ମଞ୍ଚାସିନ ହୋଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଶିକ୍ଷା ସମାଜର ଦର୍ପଣ ହୋଇଥାଏ। ଶିକ୍ଷାର ଆଲୋକ ସମାଜର ପ୍ରତ୍ୟେକ ବର୍ଗ ର ଲୋକ ଙ୍କ ଆବଶ୍ୟକ ହୋଇଥାଏ। ବିଶେଷ କରି ଅନୁସୂଚିତ ଜାତି ଓ ଅନୁସୂଚୀତ ଜନଜାତି ଛାତ୍ର ଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ସରକାର ପ୍ରତିଶୃତିବଦ୍ଧ ଓ ଶିକ୍ଷାର ବିକାଶ ହେଲେ ଯୁବ ସମାଜ ଉନ୍ନତି ହେବ । ବିଦ୍ୟାଳୟ ଗୁଡିକରେ ସରକାର ଶିକ୍ଷାଦାନ ସହ କ୍ରୀଡା, ଯୋଗ, କମ୍ପ୍ୟୁଟର ବିଜ୍ଞାନ ପରି ଜୀବନ କୌଶଳ ଶିକ୍ଷା ପ୍ରଦାନ କରାଯାଉଅଛି । ତାହାର ଶିକ୍ଷା ନେଇ ନିଜର ଭବିଷ୍ୟତକୁ ଶିଖର ଛୁଇଁବା ଓ ନିଜ ପରିବାର ତଥା ଅଞ୍ଚଳରେ ସୁନାମ ଅର୍ଜନ କରିବା ପାଇଁ ନିମନ୍ତ୍ରିତ ଅତିଥିଗଣ ବକ୍ତବ୍ଯ ପ୍ରଦାନ କରିଥିଲେ ।
ବିଦ୍ୟାଳୟର ବାର୍ଷିକ ଖେଳକୁଦ ମହୋତ୍ସବ ରେ ଉତ୍ତିର୍ଣ୍ଣ ଛାତ୍ର ଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ ଅତିଥିଙ୍କ ଦ୍ବାରା କରାଯାଇଥିଲା। ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ବାରା ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ସଂଯୋଜନା ଶିକ୍ଷକ ଶ୍ରୀଯୁକ୍ତ ମଦନ ଗୋପାଳ ରାଉତ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA