
ନୂଆପଡ଼ା,୩ ଜାନୁଆରୀ (ହି.ସ.) - ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ବରଗାଁ ପଂଚାୟତ ଠାରେ ବର୍ତନ ବ୍ୟାଙ୍କର ଶୁଭ ଉଦ୍ଧଘାଟନ ହୋଇଯାଇଛି। ନୂଆପଡା ଅତିରିକ୍ତ ଜିଲ୍ଲାପାଳ ସୁଭାଷ ଚନ୍ଦ୍ର ରଇତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବର୍ତନ ବ୍ୟାଙ୍କର ଶୁଭ ଉଦଘାଟନ କରିଥିଲେ। ସୂଚନା ଥାଉକି ନୂଆପଡ଼ା ଜିଲ୍ଲାପାଳ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ଜିଲା କରିବା ପାଇଁ ଘୋଷଣା କରିଛନ୍ତି। ଜିଲ୍ଲାର ପ୍ରତ୍ୟେକ ବ୍ୟକ୍ତି ନିଜର ବିବାହ , ବ୍ରତ, ଏକୋଇଶିଆ ଓ ବିଭିନ୍ନ ପର୍ବ ପର୍ବାଣୀ ଉତ୍ସବ ମାନଙ୍କରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ନ କରି ଷ୍ଟିଲ ଟ୍ରେ, ଗ୍ଲାସ ସବୁ ବ୍ୟବହାର କରିବା ପାଇଁ ସଚେତନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉଦଘାଟନ ଉତ୍ସବରେ ସିଡିଭିଓ ଡାକ୍ତର ସୁଖେନ୍ଦୁ ରୟ, ଖଡିଆଳ ବିଡିଓ ମିଲନ କୁମାର ଝାଙ୍କର, ଖଡିଆଳ ତହସିଲଦାର ନରସିଂଙ୍ଗ ଗଦବା, ସିଏସଓ ତ୍ରିନାଥ ଭୋଇ, ତିଖାଲି କେନାଲ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୌମ୍ୟରଞ୍ଜନ ଜୟପୁରିଆ, ବରଗାଁ ସରପଂଚ ଗୋବିନ୍ଦ ବିହାରୀ ବାରିକ, ଏବିଡିଓ ଖିତିଶୁତା ବାଗ, ଜିପିଓ ଦେବୀ ପ୍ରସାଦ ମେହେର, ଖଡିଆଳ ସିଡିପିଓ ଅର୍ଚ୍ଚନା ରାଉତ, ଆରଡବ୍ଲୁଏସଏସର ବିପିନ ବିହାରୀ ଯୋଶୀ, ବରଗାଁ ପଂଚାୟତ ପିଇଓ ତପଶ୍ୱନି ଭୋଇ ତଥା ବରଗାଁ ପଂଚାୟତର ଶତାଧିକ ଲୋକେ ଉପସ୍ଥିତ ଥିଲେ। ଏ ଅବସରରେ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ଲୋକଙ୍କୁ ଏକକ ବ୍ୟବହାର ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ଉପଦେଶ ଦେଇଥିଲେ ଏବଂ ବରଗାଁର ସମସ୍ତ ଦୋକାନ ବଜାର ବୁଲି ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜନ କରିବାପାଇଁ ସଚେତନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ