ପଥ ଉତ୍ସବ, ଜମିବ ରାଜଧାନୀର ଜନପଥ
Bhubaneswar, 03 ଜାନୁଆରି (ହି.ସ.) ରାତି ପାହିଲେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ର ପ୍ରଥମ ପଥ ଉତ୍ସବ । ଜମିବ ପଥ ଉତ୍ସବ, ଝୁମିବେ ଦର୍ଶକ । ଶୀତୁଆ ସକାଳରେ ଧୁମ୍ ମଚାଇବେ ରାଜଧାନୀବାସି । ଅନ୍ତରା ଚକ୍ରବର୍ତ୍ତୀଙ୍କ ସଂଗୀତରେ ଝୁମିବେ ଏବଂ ପପୁ ପମ୍ପପମ୍ ଙ୍କ କମେଡିରେ ମତୁଆଲ୍ଲା ହେବେ ଦ
ପଥ ଉତ୍ସବ, ଜମିବ ରାଜଧାନୀର ଜନପଥ


Bhubaneswar, 03 ଜାନୁଆରି (ହି.ସ.)

ରାତି ପାହିଲେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ର ପ୍ରଥମ ପଥ ଉତ୍ସବ । ଜମିବ ପଥ ଉତ୍ସବ, ଝୁମିବେ ଦର୍ଶକ । ଶୀତୁଆ ସକାଳରେ ଧୁମ୍ ମଚାଇବେ ରାଜଧାନୀବାସି । ଅନ୍ତରା ଚକ୍ରବର୍ତ୍ତୀଙ୍କ ସଂଗୀତରେ ଝୁମିବେ ଏବଂ ପପୁ ପମ୍ପପମ୍ ଙ୍କ କମେଡିରେ ମତୁଆଲ୍ଲା ହେବେ ଦର୍ଶକ । ଓଡିଶୀ ଓ ଆଧୁନିକ ନୃତ୍ୟ ବିମୋହିତ କରିବ ଦେଖଣାହାରୀଙ୍କୁ । କେବଳ ସେତିକି ନୁହେଁ, ମନ ମୋହିବ ଜୁମ୍ବା ଏବଂ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବ ଭୁବନେଶ୍ୱର ଗଟ୍ ଟ୍ୟାଲେଣ୍ଟ । ଏଥର ଦୁଇ ଦୁଇଟି ଭୁବନେଶ୍ୱର ଗଟ୍ ଟ୍ୟାଲେଣ୍ଟରେ ପ୍ରତିଭା ପ୍ରଦର୍ଶନ କରିବେ ଭୁବନେଶ୍ୱରବାସି । ସେହିପରି ଦ୍ୱିତୀୟ ମଂଚରେ ଡିଜେର ତାଳେ ତାଳେ ଧୁମ୍ ମଜ୍ଜା ନେବେ ଯୁବବର୍ଗ । ରଙ୍ଗୋଲିର ଛିଟାରେ ଝଲସିବ ଭୁବନେଶ୍ୱର ଜନପଥର ମାଷ୍ଟର କ୍ୟାଣ୍ଟିନଠାରୁ ରାମମନ୍ଦିର ପର୍ଯ୍ୟନ୍ତ । ଏହା ବ୍ୟତିତ ଯୋଗ, ସ୍କେଟିଂ, ବିଭିନ୍ନ ପ୍ରକାର ଗେମ୍ସ, ଷ୍ଟ୍ରିଟ୍ ପ୍ଲେ, ପାରମ୍ପାରିକ ନୃତ୍ୟରେ ଦୁଲୁକିର ରାଜଧାନୀର ରାଜରାସ୍ତା । ସବୁ ବର୍ଗର ମହିଳା, ପୁରୁଷ, ଶିଶୁ ଓ କିଶୋର କିଶୋରୀଙ୍କ ମନୋରଂନ ପାଇଁ ଏହି ପଥ ଉତ୍ସବରେ ବିଏମ୍ ସି ପକ୍ଷରୁ ଆୟୋଜନ କରାଯାଇଛି । କର୍ମକ୍ଲାନ୍ତ ଜୀବନରେ ଟିକିଏ ମନୋରଂଜନ କରିବା ପାଇଁ ବିଏମ୍ ସି ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande