8 ଜାନୁୟାରୀରେ ସାରା ଦେଶରେ କଂଗ୍ରେସ ଆରମ୍ଭ କରିବ ମନରେଗା ବଂଚାଓ ସଂଗ୍ରାମ
ନୂଆଦିଲ୍ଲୀ, 03 ଜାନୁଆରି (ହି.ସ.)- କଂଗ୍ରେସ ଶନିବାର କହିଛି ଯେ ଦଳ ୦୮ ଜାନୁଆରୀରୁ ୨୫ ଫେବୃଆରୀ ପର୍ଯ୍ୟନ୍ତ ସାରା ଦେଶରେ ‘ମନରେଗା ବଚାଓ ସଂଗ୍ରାମ’ ଆରମ୍ଭ କରିବ। ଏହା ଅନ୍ତର୍ଗତ ଗ୍ରାମ ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତର ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ
କଂଗ୍ରେସ


ନୂଆଦିଲ୍ଲୀ, 03 ଜାନୁଆରି (ହି.ସ.)- କଂଗ୍ରେସ ଶନିବାର କହିଛି

ଯେ ଦଳ ୦୮ ଜାନୁଆରୀରୁ ୨୫ ଫେବୃଆରୀ ପର୍ଯ୍ୟନ୍ତ ସାରା ଦେଶରେ ‘ମନରେଗା ବଚାଓ ସଂଗ୍ରାମ’ ଆରମ୍ଭ

କରିବ। ଏହା ଅନ୍ତର୍ଗତ ଗ୍ରାମ ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତର ପର୍ଯ୍ୟନ୍ତ ବିଭିନ୍ନ

କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ଦେଶର ଭିନ୍ନ–ଭିନ୍ନ ଅଞ୍ଚଳରେ ଚାରିଟି ବଡ଼ ଜନସଭା ମଧ୍ୟ

କରାଯିବ।

ଏହି ଅଭିଯାନର ଘୋଷଣା ପାର୍ଟିର ଜାତୀୟ

ସଂଗଠନ ମହାସଚିବ କେ.ସି. ବେଣୁଗୋପାଳ ଏବଂ ମହାସଚିବ ଜୟରାମ ରମେଶ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ

ସଂଯୁକ୍ତ ଭାବେ କରିଛନ୍ତି। ସେମାନେ କହିଛନ୍ତି ଯେ କେନ୍ଦ୍ର ସରକାର ଆଣିଥିବା ନୂଆ ଆଇନ ଭାରତୀୟ

ସଂବିଧାନର ଅନୁଚ୍ଛେଦ ୨୫୮ ର ଉଲ୍ଲଂଘନ କରୁଛି ଏବଂ ଏହାକୁ ସର୍ବୋଚ୍ଚ ନ୍ୟାୟାଳୟରେ ଆହ୍ୱାନ

କରାଯିବ।

ଜୟରାମ ରମେଶ କହିଛନ୍ତି ଯେ ଏହି ଆଇନ

ରାଜ୍ୟମାନଙ୍କ ସ୍ୱାୟତ୍ତତାକୁ ଦୁର୍ବଳ କରୁଛି ଏବଂ ଯୋଜନାରେ ୪୦ ପ୍ରତିଶତ ଅଂଶୀଦାରି ପାଇଁ

ସେମାନଙ୍କୁ ବାଧ୍ୟ କରୁଛି।

ବେଣୁଗୋପାଳ କହିଛନ୍ତି ଯେ ପାର୍ଟିର

ଏହି ‘ସଂଗ୍ରାମ’ର ମୂଖ୍ୟ ଉଦ୍ଦେଶ୍ୟ ହେଉଛି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗାରଣ୍ଟି

ଅଧିନିୟମ (ମନରେଗା)କୁ ପୁନଃ କାର୍ଯ୍ୟକ୍ଷମ କରାଯାଉ ଏବଂ ନୂଆ ଆଇନକୁ ହଟାଇ ନିଆଯାଉ।

ସେ କହିଛନ୍ତି ଯେ ମନରେଗା ଦେଶର

ସବୁଠାରୁ ସଫଳ ଏବଂ ଆନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚିତ ଦାରିଦ୍ର୍ୟ ନିରୋଧ ଯୋଜନା ରହିଛି, ଯାହା ମାଧ୍ୟମରେ ପ୍ରତିବର୍ଷ ୫–୬ କୋଟି ଗ୍ରାମୀଣ ପରିବାରକୁ ରୋଜଗାର

ମିଳୁଛି। ସଂକଟ ସମୟରେ ଏହା ଗରିବମାନଙ୍କ ପାଇଁ ସବୁଠାରୁ ଶକ୍ତିଶାଳୀ ସୁରକ୍ଷା କବଚ ସାବ୍ୟସ୍ତ

ହୁଏ, କିନ୍ତୁ ଭିବି–ଜି ରାମ ଜି ଆଇନ ଅନୁସାରେ ରୋଜଗାର ଏବେ ଅଧିକାର

ରହିନାହିଁ, ବରଂ କେବଳ କେନ୍ଦ୍ର ସରକାର ଚୟନ କରିଥିବା ପଞ୍ଚାୟତ ପର୍ଯ୍ୟନ୍ତ

ସୀମିତ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande