ଦିନିକିଆ ପୁଷପୁନି କପ କ୍ରିକେଟ ଟୁର୍ନାମେଂଟ ଅନୁଷ୍ଠିତ
ନୂଆପଡ଼ା,୩ ଜାନୁଆରୀ (ହି.ସ.)- ପଶ୍ଚିମ ଓଡିଶାର କୃଷିଭିତିକ ପର୍ବ ପୁଷପୁନି (ଛେରଛେରା ) ଉପଲକ୍ଷେ ଖଡ଼ିଆଳ ବ୍ଲକ ଦମାପଳା ଠାରେ ଦିନିକିଆ କ୍ରିକେଟ ଟୁର୍ନାମେଂଟ ଯାକଜମକର ସହ ଆଜି ଅନୁଷ୍ଠିତ ହୋଇଯାଇଚ୍ଛି । ଭାଇଚାରା ଓ ଏକତା ବଜାୟ ରଖିବା ଉଦ୍ଦେଶ୍ୟ ନେଇ ପ୍ରତ୍ୟକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦମାପଳାର
Cricket tournament


ନୂଆପଡ଼ା,୩ ଜାନୁଆରୀ (ହି.ସ.)- ପଶ୍ଚିମ ଓଡିଶାର କୃଷିଭିତିକ ପର୍ବ ପୁଷପୁନି (ଛେରଛେରା ) ଉପଲକ୍ଷେ ଖଡ଼ିଆଳ ବ୍ଲକ ଦମାପଳା ଠାରେ ଦିନିକିଆ କ୍ରିକେଟ ଟୁର୍ନାମେଂଟ ଯାକଜମକର ସହ ଆଜି ଅନୁଷ୍ଠିତ ହୋଇଯାଇଚ୍ଛି । ଭାଇଚାରା ଓ ଏକତା ବଜାୟ ରଖିବା ଉଦ୍ଦେଶ୍ୟ ନେଇ ପ୍ରତ୍ୟକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦମାପଳାର ଯୁବକ ମାନେ ଛେରଛେରା ଉପଲକ୍ଷେ ଏକ ଦିନିକିଆ କ୍ରିକେଟ ଟୁର୍ନାମେଂଟର ଆୟୋଜନ କରିଥିଲେ । ପ୍ରଥମେ ଗାଁର ଇଷ୍ଟଦେବୀଙ୍କୁ ମୁଖ୍ୟ ଅତିଥି ଗାଁର ବୟୋଜ୍ୟେଷ୍ଠ ନନ୍ଦ କିଶୋର ପ୍ରଧାନୀଙ୍କ ଦ୍ୱାରା ମାଁ ଦମାପାଲେନକୁ ପୂଜା ଅର୍ଚନା କରି ଗାଁର ଏକତା ବଜାୟ ସବୁ ଦିନ ପାଇଁ ଥାଉ ବୋଲି ମାଁଙ୍କ ପାଖେ ଗୁହାରି କରି ଖେଳ ଆରମ୍ଭ କରିଥିଲେ । ଏଥିରେ ଗ୍ରାମର ଶତାଧିକ ଯୁବକ ମାନଙ୍କୁ ନେଇ ବିଭିନ୍ନ ଦଳ ରେ ଭାଗ କରି ନିଜ ନିଜ ମଧ୍ୟରେ ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପରେ ଗାଁ ପିଲା ଠାରୁ ବୁଢ଼ା ଏକତ୍ରିତ ହୋଇ ଭୋଜିଭାତ କରି ନାଚଗୀତର ଆସର କରି ଛେରଛେରା ପର୍ବକୁ ହର୍ଷ ଉଲ୍ଲାସର ସହ ପାଳନ କରିଥିଲେ । ଏଥିରେ ବିଶେଷ କରି ଶ୍ରୀଧର ବାରିକ, ସୁଶାନ୍ତ କୁମାର ବିଶି, ଡୋଲାମଣୀ ଦଣ୍ଡସେନା, ପ୍ରଶାନ୍ତ ପ୍ରଧାନୀ, ସଂଜୀବ ବିଶି, ଜଗତାନନ୍ଦ ପଟେଲ, ରାଜେନ୍ଦ୍ର ବାରିକ, ସନ୍ତୋଷ ଦଣ୍ଡସେନା, ମୁରଲୀ ତାଣ୍ଡି ପ୍ରମୁଖ ଉପସ୍ଥିତ ରହି ଯୁବପିଢ଼ିଙ୍କ ଏହି ପ୍ରୟାସକୁ ପ୍ରଶଂସା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande