
କେନ୍ଦୁଝର, ୦୩ ଜାନୁଆରୀ(ହି.ସ.) – କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଅସନପାଟ ଠାରେ ରହିଥିବା ସମବାୟ ସମିତିରେ ସରକାରୀ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ଅସନପାଟ ସମବାୟ ସମିତିର ଏମ.ଡି ବ୍ରଜକିଶୋର ମହାନ୍ତଙ୍କ ତତ୍ୱାବଧାନରେ ଏହି ଉଦଘାଟନି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଧାନ ମଣ୍ଡିର ଉଦଘାଟନ ହେବାପରେ ପ୍ରଥମ ଦିନରେ ୫ ଜଣ ଚାଷୀ - ଭଜନା ମହାନ୍ତ, ରଘୁମଣୀ ନାଏକ, ମଧୁସ୍ମିତା ନାଏକ, ପବିତ୍ର ମହାନ୍ତ, ଯଶବନ୍ତି ନାଏକ, ପୂର୍ଣ୍ଣ ଚନ୍ଦ୍ର ମହାନ୍ତଙ୍କ ଠାରୁ ଧାନ ସଂଗ୍ରହ କରାଯାଇଥିଲା ଏବଂ ସେଥିପାଇଁ ମିଲ୍ଲର ମାନେ ମଧ୍ୟ ଉପସ୍ଥିତ ହୋଇଥିଲେ। ଧାନର ଗୁଣବତ୍ୱା ଠିକ ଅଛି ବୋଲି ଅଧିକାରୀମାନେ ଧାନର ମାନ ପରୀକ୍ଷଣ କରି କହିଥିଲେ। ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଝୁମ୍ପୁରା ବି.ଡି.ଓ ହୃଦାନନ୍ଦ ଓଢା ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଝୁମ୍ପୁରା ବ୍ଲକ ପ୍ରତିନଧି ମହେନ୍ଦ୍ର କୁମାର ପଟ୍ଟନାୟକ, ପାଟଣା ବିଧ୍ୟାୟକଙ୍କ ପରାମର୍ଶ ଦାତା କମଳାକାନ୍ତ ଦାସ, ହେମନ୍ତ ନାୟକ, ପି.ଇ.ଓ. ସୁବେର ବାରିକ, ଭାବନି ମହାନ୍ତ, ଉଖୁଣ୍ଡା ଏମ.ଡି. ନବୀନ ମହାନ୍ତ, ସାଧୁ ଚରଣ ମହାନ୍ତ, ହୀରା ମୋହନ ମହାନ୍ତ, ମନୋଜ ନାଏକ ପ୍ରମୁଖ ଯୋଗଦାନ କରିଥିଲେ। ଯୋଗଦାନ କରିଥିବା ଅତିଥିମାନେ ତାଙ୍କ ବକ୍ତବ୍ୟରେ କହିଲେ ଯେ ସରକାର ଦ୍ୱାରା ପଞ୍ଜିକୃତ ହୋଇଥିବା ଚାଷୀ ମାନଙ୍କ ଧାନକୁ ସରକାର ଧାର୍ଯ୍ୟ କରିଥିବା ଦରରେ ଧାନକିଣିବା ସହିତ ଗତ ବର୍ଷ ଠାରୁ ରାଜ୍ୟସରକାର ପ୍ରଦାନ କରୁଥିବା ଇନପୁଟ ସହାୟତା ମଧ୍ୟ୍ୟ ପ୍ରଦାନ କରାଯିବ ବୋଲି କହିଥିଲେ। ଅତିଥିମାନେ ଚାଷୀମାନଙ୍କ ସଫା ଧାନ, ମଣ୍ଡିକୁ ଆଣି ବିକ୍ରୟ କରିବା ପାଇଁ ନିବେଦନ କରିଥିଲେ। ଅସନପାଟ ସମବାୟ ସମିତିରେ ସପ୍ତାହର ପ୍ରତି ମଙ୍ଗଳବାର ଏବଂ ଶୁକ୍ରବାର ଦିନ ଧାନ କିଣିବା ପାଇଁ ଦିନ ଧାର୍ଯ୍ୟ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA