ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୟନ୍ତୀ ଉତ୍ସବ
କେନ୍ଦ୍ରାପଡ଼ା, ୦୩ ଜାନୁଆରୀ(ହି.ସ.) – ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତ ରାଜ୍ୟପାଳ ୰ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶତ ବାର୍ଷିକ ଜୟନ୍ତୀ ଉତ୍ସବ ଚିନ୍ତାମଣୀ ଗୁରୁଜୀ ଓ ରୁକ୍ମଣୀ ଦେବୀ ସ୍ମାରକୀ ନ୍ୟାସ ଓ ପୁରାତନ ଛାତ୍ର ସଂସଦ ତରଫରୁ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ତଥା ଅବସରପ୍ରା
ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୟନ୍ତୀ ଉତ୍ସବ


କେନ୍ଦ୍ରାପଡ଼ା, ୦୩ ଜାନୁଆରୀ(ହି.ସ.) – ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତ ରାଜ୍ୟପାଳ ୰ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶତ ବାର୍ଷିକ ଜୟନ୍ତୀ ଉତ୍ସବ ଚିନ୍ତାମଣୀ ଗୁରୁଜୀ ଓ ରୁକ୍ମଣୀ ଦେବୀ ସ୍ମାରକୀ ନ୍ୟାସ ଓ ପୁରାତନ ଛାତ୍ର ସଂସଦ ତରଫରୁ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ତଥା ଅବସରପ୍ରାପ୍ତ ଶିକ୍ଷକ ତଥା ପଂଚସଖା ଶିକ୍ଷାସେତୁ କମିଟି ସଭାପତି ଭ୍ରମରବର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ୱର୍ଗତ ପଟ୍ଟନାୟକଙ୍କ ଚିତା ଭଷ୍ମ ଥିବା ମଣ୍ଡପରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସର୍ବ ଧର୍ମ ପ୍ରାର୍ଥନା କରା ଯାଇଥିଲା। ଏଥିରେ ପୂର୍ବତନ ଶିକ୍ଷକ ହୃଦାନନ୍ଦ ରାଉତ, ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରହଲ୍ଲାଦ ଚନ୍ଦ୍ର ସ୍ୱାଇଁ, ବୈଷ୍ଣବ ଖଣ୍ଡୁଆଳ, ଗୟାଧର ଜେନା ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ପଟ୍ଟାନୟକଙ୍କ ଜୀବନୀ ଓ ଆଦର୍ଶ ସଂପର୍କରେ ଆଲୋଚନା କରି ମଧୁସାଗର ବିଦ୍ୟାପୀଠକୁ ସ୍ୱତନ୍ତ୍ର ଆବାସିକ ବିଦ୍ୟାପୀଠ ଭାବରେ ସ୍ୱର୍ଗତ ପଟ୍ଟନାୟକ ସ୍ୱୀକୃତି ପ୍ରଦାନ କରିଥିଲେ। ସଭା ଶେଷରେ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରାଯାଇ ଥିଲା। ବୈଷ୍ଣବ ଖଣ୍ଡୁଆଳ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande