ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା ୨୦୨୬ ଆରମ୍ଭ ପୂର୍ବରୁ ଦେବା ନିମନ୍ତ୍ରଣ ସହିତ ପ୍ରଥମ ନିମନ୍ତ୍ରଣ ପତ୍ରକୁ ପୂଜାର୍ଚ୍ଚନା ସହିତ ଇଷ୍ଟଦେବୀ ମା ସୁରେଶ୍ୱରୀ ଦେବୀଙ୍କ ମନ୍ଦିରରେ ଅର୍ପଣ
ସୁବର୍ଣ୍ଣପୁର, ୦୩ ଜାନୁଆରୀ(ହି.ସ.) – ଆଜି ପୂର୍ବାହ୍ନ ୦୯.୩୦ ଘଟିକା ସମୟରେ ମହିମା’ ସୁବର୍ଣ୍ଣପୁର ଲୋକ ମହୋତ୍ସବ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା-୨୦୨୬ ଆରମ୍ଭ ପୂର୍ବରୁ ଦେବା ନିମନ୍ତ୍ରଣ ସହିତ ପ୍ରଥମ ନିମନ୍ତ୍ରଣ ପତ୍ରକୁ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ ସାହୁଙ୍କ ଦ୍ୱାରା ପୂଜାର୍ଚ୍ଚନା ସହି
ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା - ୨୦୨୬ ଆରମ୍ଭ ପୂର୍ବରୁ ଦେବା ନିମନ୍ତ୍ରଣ ସହିତ ପ୍ରଥମ ନିମନ୍ତ୍ରଣ ପତ୍ରକୁ ପୂଜାର୍ଚ୍ଚନା ସହିତ ଇଷ୍ଟଦେବୀ ମା ସୁରେଶ୍ଵରୀ ଦେବୀଙ୍କ ମନ୍ଦିରରେ ଅର୍ପଣ ।


ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା - ୨୦୨୬ ଆରମ୍ଭ ପୂର୍ବରୁ ଦେବା ନିମନ୍ତ୍ରଣ ସହିତ ପ୍ରଥମ ନିମନ୍ତ୍ରଣ ପତ୍ରକୁ ପୂଜାର୍ଚ୍ଚନା ସହିତ ଇଷ୍ଟଦେବୀ ମା ସୁରେଶ୍ଵରୀ ଦେବୀଙ୍କ ମନ୍ଦିରରେ ଅର୍ପଣ ।


ସୁବର୍ଣ୍ଣପୁର, ୦୩ ଜାନୁଆରୀ(ହି.ସ.) – ଆଜି ପୂର୍ବାହ୍ନ ୦୯.୩୦ ଘଟିକା ସମୟରେ ମହିମା’ ସୁବର୍ଣ୍ଣପୁର ଲୋକ ମହୋତ୍ସବ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା-୨୦୨୬ ଆରମ୍ଭ ପୂର୍ବରୁ ଦେବା ନିମନ୍ତ୍ରଣ ସହିତ ପ୍ରଥମ ନିମନ୍ତ୍ରଣ ପତ୍ରକୁ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ ସାହୁଙ୍କ ଦ୍ୱାରା ପୂଜାର୍ଚ୍ଚନା ସହିତ ସହରର ଅଧିଷ୍ଠାତ୍ରୀ ମା ସୁରେଶ୍ୱରୀ ଦେବୀଙ୍କ ମନ୍ଦିରରେ ଅର୍ପଣ କରାଯାଇଥିଲା। ଏହି ଦେବା ନିମନ୍ତ୍ରଣ ସମୟରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ, ସୁବର୍ଣ୍ଣପୁର, ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ, ସୁବର୍ଣ୍ଣପୁର, ଶ୍ରୀମତି ଅଞ୍ଜଳିନା ପ୍ରଧାନ, ଉପଜିଲ୍ଲାପାଳ, ସୋନପୁର, ଶ୍ରୀମତି ସୌମ୍ୟାରୂପା ରଥ, ଜିଲ୍ଲା ସଂସ୍କୃତି ଅଧିକାରୀ, ସୁବର୍ଣ୍ଣପୁର, ସୁଶ୍ରୀ ଯମୁନା ପ୍ରଧାନ, ଡେପୁଟି ମୁଖ୍ୟ ନିର୍ବାହୀ, ଡି.ଏସ୍‌.ଏମ୍‌.ଏସ୍‌, ଓରମାସ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର, ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ, ସୁବର୍ଣ୍ଣପୁର, ଶ୍ରୀ ମଙ୍ଗଳ ପଧାନ, ଜିଲ୍ଲା ପଂଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର, ଶ୍ରୀ ଅର୍ଜୁନ ମାଝୀ, ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର କର୍ମଚାରୀଙ୍କ ସମେତ ସୁବର୍ଣ୍ଣପୁର ସହରର ବୁଦ୍ଧିଜୀବୀ ଶ୍ରୀ ଶ୍ରୀବତ୍ସ ମଲ୍ଲିକ, ଶ୍ରୀ ବୈକୁଣ୍ଠ ଶତପଥୀ, ନାଟ୍ୟ ଶ୍ରୀ ଗଦାଧର ବାରିକ, ବିଶିଷ୍ଟ କଳାକାର ଶ୍ରୀ ଚୌଧୁରୀ ବିଭାରଙ୍କ ସହିତ ସୁବର୍ଣ୍ଣପୁର ସହରର ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଓ ଜନସାଧାରଣ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande