
କେନ୍ଦୁଝର, ୦୩ ଜାନୁଆରି (ହି.ସ.) - କେନ୍ଦୁଝର ଜିଲ୍ଲା ରାଜନଗର ଗ୍ରାମରେ ଶୁକ୍ରବାର ଦିନ କେନ୍ଦୁଝର ଜିଲ୍ଲାର ଉଚ୍ଚ ପଦାଧିକାରୀ ମାନେ ଆସି ପୁଣ୍ୟତୟା ବୈତରଣୀ ନଦୀ କୂଳରେ ଥିବା ରଘୁନାଥ ଜୀଉ ମଠର ଉନ୍ନତି ପାଇଁ ସମୀକ୍ଷାର କରିଛନ୍ତି। ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତିନି କୋଟି ସତଷଠି ଲକ୍ଷ ପ୍ରଦାନ କରିଛନ୍ତି ।ଏହି ଦିଗକୁ ଲକ୍ଷ କରି ଆଗାମୀ ଦିନରେ ଏହି ପୁଣ୍ୟ ତୟା ଘାଟରେ ମୁଖ୍ୟମନ୍ତ୍ରୀ ମକର ସଂକ୍ରାନ୍ତି ପାଇଁ ଆସିବାର କାର୍ଯ୍ୟକ୍ରମ ରହିଛି।ଆଜି ରାଜନଗର ଠାରେ କେନ୍ଦୁଝର ଜିଲ୍ଲା ପାଳ ବିଶାଳ ସିଂହ, ପାଟଣା ବି ଡି ଓ ମାନସ କୁମାର ଦଣ୍ଡ ପାଟ, ପାଟଣା ତହସିଲଦାର ଅସୁନି କୁମାର ନାୟକ, ତୁରୁମୁଙ୍ଗା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ, ରାଜନଗର ସରପଂଚ ସୁଧାଂଶୁ ନାୟକ, ଜେ ଇ ଖିଲାରମ ମୁର୍ମୁ, ଏ ଇ ଇ ସସ୍ମିତା ବେହେରା, ଏ ପି ଓ ଦୀପକ କୁମାର ବେହେରା, ପି ଇ ଓ ଲଲାଟେନ୍ଦୁ ବେହେରା, ଏ ଇ ଓ ସୁଦର୍ଶନ ପୃଷ୍ଟି ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA