କେନ୍ଦୁଝର ଗସ୍ତ ରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ
କେନ୍ଦୁଝର, ୦୩ ଜାନୁଆରୀ(ହି.ସ.) – ଆଜି ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ପହଁଚିଛନ୍ତି ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ। ଆଜି ମନ୍ତ୍ରୀ କେନ୍ଦୁଝର ଗ୍ରସ୍ତରେ ପ୍ରଥମେ ଘଟଗାଁ ମା ତାରିଣୀଙ୍କ ଦର୍ଶନ କରିଥିଲେ। ପରେ କେନ୍ଦୁଝର ସହରରେ ଥିବା ଦୁଇ ଇଞ୍ଜିନିୟରିଂ କଲେଜ ବୁଲି ଶିକ୍ଷକ ଓ ଛା
Industri minister review


କେନ୍ଦୁଝର, ୦୩ ଜାନୁଆରୀ(ହି.ସ.) – ଆଜି ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ପହଁଚିଛନ୍ତି ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ। ଆଜି ମନ୍ତ୍ରୀ କେନ୍ଦୁଝର ଗ୍ରସ୍ତରେ ପ୍ରଥମେ ଘଟଗାଁ ମା ତାରିଣୀଙ୍କ ଦର୍ଶନ କରିଥିଲେ। ପରେ କେନ୍ଦୁଝର ସହରରେ ଥିବା ଦୁଇ ଇଞ୍ଜିନିୟରିଂ କଲେଜ ବୁଲି ଶିକ୍ଷକ ଓ ଛାତ୍ରଙ୍କ ସହ ଆଲୋଚନା କରିଥିଲେ। ପରେ ସ୍ଥାନୀୟ ଦରବାର ହଲ ଠାରେ ଜିଲ୍ଲାର ସମସ୍ତ ଅଧିକାରୀଙ୍କ ସହ ଜିଲ୍ଲାର ଶିଳ୍ପ ବିକାଶ ନେଇ ସମୀକ୍ଷା କରିଥିଲେ। ଆସନ୍ତା କାଲି ମନ୍ତ୍ରୀ ସମ୍ପଦ ସ୍ୱାଇଁ ସକାଳୁ ବଡବିଲ ସ୍ଥିତ ସରକାରୀ ଆଇ ଟି ଆଇ ପରିଦର୍ଶନ କରି ଅପରାହ୍ନରେ କାଠ ବାଉଁଶୁଲି ଖେଳ ପଡିଆରେ ୨୫ ତମ ଜାତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande