
କେନ୍ଦୁଝର, ୦୩ ଜାନୁଆରି (ହି.ସ.) - କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଠାରେ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚୋରଣ ମାଝୀଙ୍କ ୫୪ତମ ଜନ୍ମ ଜୟନ୍ତି ଆସନ୍ତା ୬ଜାନୁଆରୀ ୨୦୨୬ରେ ଥିବାରୁ ଝୁମ୍ପୁରା ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ବିଜେପିର ଝୁମ୍ପୁରା ମଣ୍ଡଳ ସଭାପତି ଉମାକାନ୍ତ ମହାନ୍ତଙ୍କ ଅଧକ୍ଷତାରେ ହୋଇଯାଇଛି । ଅତିଥି ଭାବେ ବିଜେପିର କେନ୍ଦୁଝର ଜିଲ୍ଲାର ଉପାସଭପତି ପଞ୍ଚାନନ ସାହୁ, ଯୁବ ନେତା ଅନିଦ୍ୟ ବେହେରା, ଶିକ୍ଷାବ ବିଭାଗର ବିଜୟା ନନ୍ଦ ସାହୁ,ପୁଷ୍ପ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲା କାର୍ଯ୍ୟାଳୟରେ ମେଗା ରକ୍ତଦାନ ଶିବିରରେ ଅଧିକ ଲୋକଙ୍କ ଭାଗିଦାରୀ କରାଇବା ପାଇଁ ଆଲୋଚନା ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA