ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳନ ନେଇ ବିଜେପି ପକ୍ଷରୁ ପ୍ରସ୍ତୁତି ବୈଠକ
ଘଟଗାଁ ୩ଜାନୁଆରୀ(ହିଁ ସ)ଆନନ୍ଦପୁର ନଗର ବିଜେପି ପକ୍ଷରୁ ୩ତାରିଖ ଶନିବା ଦିନ ବିଜେପି କାର୍ଯ୍ୟାଳୟ ଠାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ଣ ମାଝୀଙ୍କ 1ଙ୍କ ଜନ୍ମ ଦିନ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜାନୁଆରୀ ୬ତାରିଖ ଦିନ ୫୪ତମ ଜନ୍ମ ଦିନକୁ ପାଳନ ନେଇ ଆନନ
ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳନ ନେଇ ବିଜେପି ପକ୍ଷରୁ ପ୍ରସ୍ତୁତି ବୈଠକ ( ଫଟୋ)


ଘଟଗାଁ ୩ଜାନୁଆରୀ(ହିଁ ସ)ଆନନ୍ଦପୁର ନଗର ବିଜେପି ପକ୍ଷରୁ ୩ତାରିଖ ଶନିବା ଦିନ ବିଜେପି କାର୍ଯ୍ୟାଳୟ ଠାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ଣ ମାଝୀଙ୍କ 1ଙ୍କ ଜନ୍ମ ଦିନ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜାନୁଆରୀ ୬ତାରିଖ ଦିନ ୫୪ତମ ଜନ୍ମ ଦିନକୁ ପାଳନ ନେଇ ଆନନ୍ଦପୁର ନଗର ବିଜେପି ସଭାପତି ହେମନ୍ତ କୁମାର ସାହୁ ଓ ସମ୍ପାଦକ ମାନସ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ପୂର୍ବତନ ଜିଲ୍ଲା ଉପସଭାପତି ନିରାକାର ଦଳେଇ ପ୍ରମୁଖ ଯୋଗ ଦେଇଥିଲେ । ଜାନୁଆରୀ ୬ତାରିଖ ପ୍ରତ୍ୟୁଷରେ ଆନନ୍ଦପୁରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଦଧୂବାମନଜୀଉଙ୍କ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିବା ସହିତ ଲୋକଙ୍କ ସେବାରେ ମନୋବଳ ବୃଦ୍ଧି କରିବା ନେଇ ପ୍ରଦୀପ ପ୍ରଜ୍ବଳନ କରାଯିବାକୁ ନିଷ୍ପତି ନିଆଯାଇଛି । ଅପରାହ୍ନରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଂଟନ କରା ରାଯିବା ପାଇଁ ନିଷ୍ପ ନିଷ୍ପତି ନିଆଯାଇଥିବା ବେଳେ କେନ୍ଦୁଝର ବିଜେପି କାର୍ଯ୍ୟାଳୟ ଠାରେ ଆୟୋଜିତ ମେଗା ଗା ରକ୍ତଦାନ ଶିବିରରେ ଆନନ୍ଦପୁର ନଗରରୁ ୫୦ରୁ ଉର୍ଦ୍ଧ ରକ୍ତଦାତା ରକ୍ତଦାନ କରିବା ନେଇ ଆଲୋଚନା ହୋଇଛି । ବୈଠକରେ ବିଜେପି ଜପି ନେତ୍ରୀ ସୁମତୀ ଜେନା, ବବିତା ଶତପଥ, ଚାରୁଲତା ମଳିକ, ସଂଯୁକ୍ତା ନାଥ, ଲଳିତା ସେଠୀ, ନମିତା ସାହୁ, ବିଜେପି ନେତା ଅର୍ଜୁନୀ ମହାନ୍ତି, ମଳୟ କୁମାର ମିଶ୍ର, ଗଣେଶ୍ଵର ମହାନ୍ତି, ନରେନ୍ଦ୍ର କୁମାର ପଣ୍ଡା, ଦୁଃଖବନ୍ଧୁ ରଣା, ସଚିନ ମଲ୍ଲିକ, ଯଦୁମଣୀ ବାରିକ, ସମ୍ବିତ ଦାଶ, ଦେବାଶିଷ ମଲ୍ଲିକ, ଅରବିନ୍ଦ ପଟ୍ଟନାୟକ, ମନ ସିଂ, ତ୍ରିଲୋଚନ ତ୍ରିପାଠୀ, ଦିଲ୍ଲୀପ କୁମାର ବେଜ, ଘନଶ୍ୟାମ ମୁଦୁଲି, ଉଦ୍ଧବ ସାହୁ, ବିପ୍ଳବ ଜେନା, ଧର୍ମାଶିଷ ମହାନ୍ତିଙ୍କ ସହ ବହୁ କାର୍ଯ୍ୟକ । ବୈଠକରେ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande