ଦୁର୍ଘଟଣାରେ ଜଳିଗଲା କାର ଓ ବୁଲେଟ୍ : ଦୁଇ ଗୁରୁତର
Accident in Tikabali both bike and car borne in the spot
ଦୁର୍ଘଟଣାରେ ଜଳିଗଲା କାର ଓ ବୁଲେଟ୍ : ଦୁଇ ଗୁରୁତର


କନ୍ଧମାଳ, ୩ ଜାନୁଆରୀ (ହି.ସ.)- କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଞ୍ଚଳର ଡୁଙ୍ଗି ମନ୍ଦିର ନିକଟସ୍ଥ ବୁଲାଣିରେ ଆଜି ସକାଳ ୧୦ଟା ସମୟରେ ଏକ ମାରୁତି ସ୍ବିଫ୍ଟ ଡିଜାୟାର କାର ଓ ବିପରିତ ପଟରୁ ଆସୁଥିବା ଏକ ବୁଲେଟ୍ ମୋଟରସାଇକେଲ ମଧ୍ୟରେ ଧକ୍କା ହୋଇଥିଲା। ଏତେ ଜୋରରେ ଧକ୍କା ହୋଇଥିଲା ଯେ, ଉଭୟ କାର ଓ ବୁଲେଟ୍ ରେ ନିଆଁ ଲାଗିଯାଇଥିଲା। ତୁରନ୍ତ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ନିଆଁକୁ ଆୟତ୍ତ କରିଥିଲେ। ହେଲେ ଉଭୟ ଗାଡି ସମ୍ପୁର୍ଣ୍ଣ ଭାବରେ ପୋଡି ଯାଇଥିଲା। ବୁଲେଟ୍ ରେ ଥିବା ଦୁଇ ଆରୋହୀ ବେଡାସୁଗା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପର୍ଶୁରାମ ନାୟକଙ୍କ ଦୁଇ ପୁଅ ସିପୁନ୍ ଓ ରାଜେଶ୍ ଗୁରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ଟିକାବାଲି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯିବା ପରେ ଫୁଲବାଣୀ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଘଟଣାସ୍ଥଳରେ ଟିକାବାଲି ପୋଲିସ୍ ପହଞ୍ଚି ଏହାର ତଦନ୍ତ କରୁଥିବା ଜଣାପଡିଛି।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande