
ଗଞାମ, ୩ ଜାନୁଆରୀ (ହି.ସ.)- ରାଜ୍ୟର ଶ୍ରେଷ୍ଠ ଦଶ ସ୍ଥାନରେ ଗଞାମ ଜିଲା ଧରାକୋଟ ପୁଲିସ୍ ଥାନା ରହିବା ଗୌରବ ଅର୍ଜନ କରିଛି ।ଅପରାଧ, ଅପରାଧୀ ଓ ନିଖୋଜ ବ୍ଯକ୍ତିଙ୍କ ପ୍ରକୃତ ସମୟରେ ଟ୍ରାକିଂଗ୍ ଅନଲାଇନ ଅଭିଯୋଗ ପଂଜିକରଣ ଅନ୍ତଃକାର୍ଯ୍ଯକ୍ଷମ ଅପରାଧୀକ ନ୍ଯାୟ ବ୍ଯବସ୍ଥା ମାଧ୍ୟମରେ ଇକୋର୍ଟ, ଇକାରାଗାର ସହିତ ସମନ୍ବୟ ରକ୍ଷା, ଡାଟା ବିଶ୍ଲେଷଣ ରିପୋଟିଂଗ ଓ ବ୍ଯାପକ ଅପରାଧିକ ରେକର୍ଡ ପ୍ରଣାଳୀ ସୃଷ୍ଟି କରି ସୂଚନା ଓ ପ୍ରଯୁକ୍ତି ଭିତ୍ତିଭୂମିର ଦକ୍ଷତା ପ୍ରତିପାଦିତା ସୃଷ୍ଟି କରିଛି । ଥାନା ଅଧକାରୀ ଚନ୍ଦ୍ରିକା ସ୍ଵାଇଁ ୨୦୨୪ରେ ଥାନାରେ ଯୋଗଦାନ କରିବାଠାରୁ ଅପରାଧୀ ଦମନ, କାର୍ଯ୍ୟଦକ୍ଷତା ଭିତ୍ତିଭୂମି କାର୍ଯ୍ୟର ଦୃଢିକରଣ ମହିଳା ଓ ଶିଶୁଙ୍କ ପ୍ରତି ନ୍ଯାୟିକ ଭରସା ଓ ଉତ୍ତମ ଆଚରଣ ସାଂଗକୁ ସର୍ବୋପରି ପରିବେଶର ସୁରକ୍ଷାଓ ସ୍ୱଛତା ଆଧାରରେ ଧରାକୋଟ ଥାନା ସମଗ୍ର ରାଜ୍ଯରେ ଶ୍ରେଷ୍ଠ ଦଶଟି ସ୍ଥାନରେ ରହିବା ଗୌରବ ଅର୍ଜନ କରିଛି । ଏହି ଘଟଣାରେ ସ୍ଥାନୀୟ ଜନସାଧାରଣଙ୍କ ମନରେ ଆନନ୍ଦ ସୃଷ୍ଟି କରିଛି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ