ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ
ରାଉରକେଲା, ୩ ଜାନୁଆରୀ (ହି.ସ.)- ଚକ୍ରଧରପୁର ରେଳମଣ୍ଡଳ ଅନ୍ତର୍ଗତ ବନ୍ଧମୁଣ୍ଡା ରେଳବାଇ ସେକ୍ସନ ଅଂଚଳରେ ହାୱଡ଼ା-ମୁମ୍ବାଇ ମୁଖ୍ୟ ରେଳମାର୍ଗର ଅପ୍ ଲାଇନ୍ ରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଆଜି ସକାଳ ପ୍ରାୟ ୭ଟା ୪୫ ମିନିଟ୍ ସମୟରେ ବନ୍ଧମୁଣ୍ଡାର କେ-କେବିନ୍ ସମ୍ମୁଖରେ କିଲୋମିଟର ପୋଲ୍
ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ-୩


ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ-୨


ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ


ରାଉରକେଲା, ୩ ଜାନୁଆରୀ (ହି.ସ.)- ଚକ୍ରଧରପୁର ରେଳମଣ୍ଡଳ ଅନ୍ତର୍ଗତ ବନ୍ଧମୁଣ୍ଡା ରେଳବାଇ ସେକ୍ସନ ଅଂଚଳରେ ହାୱଡ଼ା-ମୁମ୍ବାଇ ମୁଖ୍ୟ ରେଳମାର୍ଗର ଅପ୍ ଲାଇନ୍ ରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଆଜି ସକାଳ ପ୍ରାୟ ୭ଟା ୪୫ ମିନିଟ୍ ସମୟରେ ବନ୍ଧମୁଣ୍ଡାର କେ-କେବିନ୍ ସମ୍ମୁଖରେ କିଲୋମିଟର ପୋଲ୍ ୪୦୮/୧୧ଇ ନିକଟରେ ଏହି ଦୁର୍ଘଟଣା ଘଟିଛି । ଟ୍ରେନର ଦୁଇଟି ୱାଗନ ଲାଇନଚ୍ୟୁତ ହୋଇଛି ।

ସୂଚନା ଅନୁଯାୟୀ, ଏହି ମାଲବାହୀ ଟ୍ରେନ୍ ଟି ଝାରସୁଗୁଡାର ଏକ୍ସଚେଞ୍ଜ ୟାର୍ଡରୁ ଏମସିଏଲକୁ ଯାଉଥିଲା । ମାଲବାହୀ ଟ୍ରେନର ପ୍ରେସର ସସପେନସନ୍ ସିଷ୍ଟମର ଏକ ଅଂଶ ହଠାତ୍ ଖସିପଡ଼ିଥିଲା । ଫଳରେ ଟ୍ରେନଟି ୧୦୦ ମିଟର ପର୍ଯ୍ୟନ୍ତ ଟାଣି ହୋଇଯାଇଥିଲା । ଯାହାଦ୍ୱାରା ଦୁଇଟି କୋଚ୍ ଲାଇନଚ୍ୟୁତ ହୋଇଛି । ଖବର ପାଇ ବରିଷ୍ଠ ରେଳ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଂଚିଛନ୍ତି । କେଉଁ କାରଣରୁ ଏପରି ଘଟିଲା ସେନେଇ ତଦନ୍ତ ଚାଲିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande